କଣ୍ଟ୍ରାକ୍ଟର ସଂଘ ପକ୍ଷରୁ ଦାବିପତ୍ର
ମାଲକାନଗିରି: ମାଲକାନଗିରି ଜିଲ୍ଲା କଣ୍ଟ୍ରାକ୍ଟର ସଙ୍ଘ ପକ୍ଷରୁ ଜିଲ୍ଲାର ସମସ୍ତ ଉନ୍ନୟନ ବିଭାଗକୁ ଉନ୍ନୟନ କାର୍ଯ୍ୟ ବନ୍ଦ କରିବାକୁ ଦାବି ତ୍ର ପ୍ରଦାନ । ଜିଲ୍ଲାରେ ଏପ୍ରିଲ ୧ ତାରିଖ ଠାରୁ ଟିପ୍ପର ମାଲିକ ସଙ୍ଘ ପକ୍ଷରୁ ଚକା ବନ୍ଦ ଜାରି ରହିଥିବାରୁ ମାଲକାନଗିରି ଜିଲ୍ଲାରେ ସଡକ, ବ୍ରିଜ୍ ଏବଂ ନିର୍ମାଣ ପାଇଁ ସାମଗ୍ରୀ ସାଇଟରେ ପଥର ସାମଗ୍ରୀ, ବାଲି, ଜିଏସବି ଇତ୍ୟାଦି କାର୍ଯ୍ୟ ସ୍ଥଳରେ ପହଞ୍ଚି ପାରୁନଥିବାରୁ ଆଜି ଠାରୁ ସମସ୍ତ ବିକାଶର ଷ୍ଟପ୍ କାର୍ଯ୍ୟ ବନ୍ଦ କରିବା ପାଇଁ ଦାବି ପତ୍ର ମାଧ୍ୟମରେ ଜଣାଇଛନ୍ତି । ମାଲକାନଗିରି ଜିଲ୍ଲାର କାର୍ଯ୍ୟର ବିଳମ୍ବ ଏବଂ ମନ୍ଥର ଅଗ୍ରଗତି ପାଇଁ ମଧ୍ୟ ଆମେ ଦାୟୀ ରହିବୁ ନାହିଁ ଯାହା ବର୍ଷା ପୂର୍ବରୁ ଶେଷ ହେବାକୁ ଯାଉଛି ।