ନିତି ଆୟୋଗ ମୁଖ୍ୟଙ୍କ ଜଗତସିଂହପୁର ଗସ୍ତ

 ଜଗତସିଂହପୁର: : ଜିଲ୍ଲାକୁ ଜି ହବ୍ ବା ବିକାଶ କେନ୍ଦ୍ର ଭାବେ ପରିଣତ କରିବା ପାଇଁ ନୀତି ଆୟୋଗ ମୁଖ୍ୟ ଅର୍ଥନୈତିକ ପରାମର୍ଶ ଦାତା ତଥା କାର୍ଯ୍ୟକ୍ରମ ନିଦେ୍ର୍ଦଶିକା ଆନ୍ନା ରଏ ଓ ତାଙ୍କର ସହଯୋଗୀ ଟିମ୍ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ଭୌଗୋଳିକ ଅବସ୍ଥିତି ସହ ଉପଲବ୍ଧ ସମସ୍ତ ରିସୋର୍ସ ବିଷୟରେ ଅବଗତ କରିଥିଲେ । ଜିଲ୍ଲାରେ ଶିଆଳି ବେଳାଭୂମିରେ ପ୍ରସ୍ତାବିତ ବ୍ଲୁ ଫ୍ଲାଗ ବିଚ୍, ପାରାଦୀପ ବେଳାଭୂମିରେ ସାମୁଦ୍ରିକ କ୍ରୀଡା, କ୍ରୁଜ ରାଇଡିଂ ଆଦି ବିଷୟ ଉପସ୍ଥାପନ କରିଥିଲେ । ଜିଲ୍ଲାର ପାରାଦ୍ୱୀପ ବନ୍ଦର, ଏଠାରେ ଥିବା ବିଭିନ୍ନ କମ୍ପାନୀରୁ ଆଗତ ଉନ୍ନତୀମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହିତ ଜିଲ୍ଲାପାଳ ଜିଲ୍ଲାର ଭୌଗୋଳିକ ଅସୁବିଧା ଯେପରିକି ଲବନୀୟତା ଦ୍ୱାରା ବେଳାଭୂମି କ୍ଷୟ ବିଷୟରେ ମଧ୍ୟ ଅବଗତ କରାଇଥିଲେ  । ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର୍ ରାଉତ ପିପିଟି ମାଧ୍ୟମରେ ଜିଲ୍ଲାର ସମ୍ଭାବନା କ୍ଷମତା ଥିବା ଦିଗ ଯଥା କୃଷି, ଉଦ୍ୟାନ କୃଷି , ବନ୍ଦର, ରାସ୍ତାଘାଟ, ରେଳପଥ, ଅନ୍ୟ ରାଜ୍ୟ ତଥା ଜିଲ୍ଲା ସହ ସଂଯୋଗ, ମୃତ୍ତିକାର ପ୍ରକାର ଭେଦ, ଖଣିଜ ସମ୍ପଦ, ମସô୍ୟ ଓ ପ୍ରାଣୀ ସମ୍ପଦ ଆଦି ବିଷୟରେ ବିଷଦ ବିବରଣୀ ପ୍ରଦାନ କରିଥିଲେ । ନୀତି ଆୟୋଗର ପ୍ରମୁଖ ଅର୍ଥନୈତିକ ପରାମର୍ଶ ଦାତା ସୁଶ୍ରୀ ଆନ୍ନା ରଏ ଏହି ସମ୍ପଦର ସଠିକ ଉପଯୋଗ କରି ଆସନ୍ତା ୨୫ ବର୍ଷ ପାଇଁ ଲକ୍ଷ୍ୟ ରଖି ଜିଲ୍ଲାରେ ବିକାଶ କେନ୍ଦ୍ରର ପରିକଳ୍ପନା କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ସୁଶ୍ରୀ ରଏ ଜିଲ୍ଲାର ଉପଲବ୍ଧ ପ୍ରାକୃତିକ ରିସୋର୍ସ ସହ ଭୌଗୋଳିକ, ଅର୍ଥନୈତିକ ତଥା କାର୍ଯ୍ୟରତ ପ୍ରୋଜେକ୍ଟର ଏକ ବ୍ଲୁ ପ୍ରିଣ୍ଟ ଦେବାପାଇଁ ପରାମର୍ଶ ଦେଇଥିଲେ । ଯାହାର ଅନୁଶୀଳନ କରି ଆଗାମୀ ୨୫ ବର୍ଷର ଏକ ବିକାଶ ରୂପରେଖ ପ୍ରସ୍ତୁତ କରାଯିବ । ଏହି ବୈଠକରେ ରାଜନଗର ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବ, ବିଡିଏର ଯୁଗ୍ମ ନିଦେ୍ର୍ଦଶକ ମନୋଜ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ, ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ସମେତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଯୋଜନା ଓ ପରିସଂଖ୍ୟାନ ବିଭାଗର ଉପ ନିଦେ୍ର୍ଦଶିକା ସବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ  ।