କୁକର୍ମ ଅଭିଯୁକ୍ତ କୋର୍ଟ ଗିରଫ 

 କବାଟବନ୍ଧ :  ଜେନାପୁର ପଲିସ ଜଣେ କୁକର୍ମ ଅଭିଯୁକ୍ତକୁ ଗିରଫ କରି ଥାନା ମାମଲା ନଂ ୮୭/୨୫ରେ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ କାଳିଆପାଣି ଥାନା ଅନ୍ତର୍ଗତ କାନ୍ତାବିନ୍ଧୀ ଗ୍ରାମର ସ୍ୱର୍ଗତ ବସନ୍ତ ମହାରଣାଙ୍କ ପୁଅ ରଞ୍ଜନ(୨୫) ହୋଇଥିବା ବେଳେ ଅଂଜିରା ପଂଚାୟତର ଜଣେ ଦଳିତ ଜାତିର୧୫ବର୍ଷର ନାବାଳିକା ଝିଅକୁ୧୫ଦିନ ପୂର୍ବରୁ ଅପହରଣ କରି ରଖିବା ସହିତ ବଳପୂର୍ବକ କୁକର୍ମ କରିଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କୁ ଜେନାପୁର ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଉଭୟଙ୍କୁ ଧର୍ମଶାଳା ମେଡିକାଲ ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରିଣୀ ନିରୁପମା ଜେନା ସୂଚନା ଦେଇଛନ୍ତି ।