ସିରିଜ ଦୁର୍ଘଟଣା, ଜଣେ ଗୁରୁତର

 ପାଣିକୋଇଲି  : ସୋମବାର ବିଳମ୍ବିତ ରାତିରେ ୨୦ ନମ୍ବର ଜାତୀୟ ରାଜପଥର ଧନପୁର ଛକ ନିକଟରେ ସିରିଜ ଦୁର୍ଘଟଣାରେ ହାଇୱା ଚାଳକ ଗୁରୁତର ଆହତ ହୋଇଛି । ଧନପୁର ଛକ ନିକଟରେ ଏକ ଆଇଚର ଟ୍ରକର ଚାଳକ ଗାଡି ରଖି ତଳକୁ ଯାଇଥିଲେ । ସମ୍ମୁଖରେ ଏକ ହାଇୱା ମଧ୍ୟ ଅଟକିଥିଲା ।  ଏହି ସମୟରେ ଏକ ହାଇୱା ଦ୍ରୁତଗତିରେ ଆସି ଭାରସାମ୍ୟ ହରାଇ ଆଇଚର ପଛରେ ପିଟିଥିଲା । ଯାହା ଦ୍ୱାରା ହାଇୱାର ଆଗଟି ଆଇଚର ପଛରେ ଫସି ରହିଥିଲା । ଫଳରେ ଆଇଚରଟି ଆଗରେ ଥିବା ହାଇୱା ପଛରେ ପିଟି ହୋଇଥିଲା । ସିରିଜ ଦୁର୍ଘଟଣା ପରେ ଆଗରେ ଥିବା ହାଇୱାଟି ଫେରାର ହୋଇଯାଇଥିଲା । ପଛରେ ଥିବା ହାଇୱାଟି ଦୁର୍ଘଟଣା ପରେ ଚାଳକ ଗାଡିରୁ ବାହାରି ପାରିନଥିଲା । ଖବର ପାଇ ଘଟଣାସ୍ଥଳେ ପାଣିକୋଇଲି ପୁଲିସ ଓ ଯାଜପୁର ରୋଡ ଦମକଳ ବାହିନୀ ପହଁଚି କଟରରେ କାଟି ଚାଳକୁ ଉଦ୍ଧାର କରି ଡ଼ାକ୍ତରଖାନାକୁ ପଠାଯାଇଥିଲା । ପୁଲିସହାଇୱା ଓ ଆଇଚରକୁ ଜବତ କରିଛି ।