ହୃଦଘାତରେ ଯୁବକଙ୍କ ମୃତୁ୍ୟ
ଦାନଗଦୀ : ଦାନଗଦୀ ବ୍ଲକ ରଣାଗୁଣ୍ଡି ପଞ୍ଚାୟତର ଶୂଳିଆ ଗାଁର ଜଣେ ଯୁବକଙ୍କ ହୃଦଘାତରେ ମୃତୁ୍ୟ ଘଟିଛି । ମୃତକ ବୈକୁଣ୍ଠ ନାଥ ମହାନ୍ତଙ୍କ ପୁଅ ଜଗବନ୍ଧୁ (୪୮) ହୋଇଥିବା ବେଳେ, ସେ ଶଗଡ଼ଗୁଳାରେ ଥିବା ମା’ଖଣ୍ଡୁରାଇ ଫିଲଙ୍ଗ ଷ୍ଟେସନରେ କାମ କରୁଥିଲେ । ବିଳମ୍ବିତ ରାତିରେ ଘରେ ଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଦାନଗନୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତୀ କରାଯାଇଥିଲା ସତ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।