ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା କଲେ ଦକ୍ଷତା ବିକାଶ ନିଦେ୍ର୍ଦଶିକା
ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ:ଦୁଇ ଦିନିଆ ଯାଜପୁର ଗସ୍ତରେ ଆସି ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା କରି ଫେରିଯାଇଛନ୍ତି ରାଜ୍ୟ ଦକ୍ଷତା ବିକାଶ ତଥା ନିୟୋଜନ ନିଦେ୍ର୍ଦଶିକା ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ କର୍ତ୍ତୃପକ୍ଷ ତଥା ଜିଲାର ନୋଡାଲ ଅଧିକାରୀ ରଶ୍ମିତା ପଣ୍ଡା । ଜିଲାଗସ୍ତର ପ୍ରଥମ ଦିନରେ ନଗଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଆମ କଳିକା କେନ୍ଦ୍ରରେ ଶିଶୁମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ଦେଓଗାଁ ଆଶ୍ରମ ବିଦ୍ୟାଳୟ, ଚିଙ୍ଗୁଡ଼ିପାଳ ଆଶ୍ରମସ୍କୁଲ୍, କଙ୍କଡାପାଳ ବାଇଓ ଫ୍ଲକ୍, କାଳିଆପାଣି ବାଇଓ ଡ଼ାଇଭରସିଟି ପାର୍କ, ସୁକିନ୍ଦା ବୃହତ୍ ଉଠା ଜଳସେଚନ ପ୍ରକଳ୍ପ, ବ୍ୟାସନଗର ସ୍କିଲ ଡେଭଲପମେଣ୍ଟ ସେଣ୍ଟର୍ ପରିଦର୍ଶନ କରିଥିଲେ । ଦ୍ୱିତୀୟ ଦିନ ଯାଜପୁର ଜିଲା ମୁଖ୍ୟ ଚିକିସôାଳୟ ପରିଦର୍ଶନ କରି ରୋଗୀମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ମାଗଣା ଔଷଧ ବିତରଣ କେନ୍ଦ୍ର, ଓପିଡି ଇତ୍ୟାଦି ପରିଦର୍ଶନ କରିଥିଲେ । ନିଦେ୍ର୍ଦଶିକା ଶ୍ରୀମତୀ ପଣ୍ଡାଙ୍କ ସହ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ, ସିଡିଏମଓ ଡ.ଶିବାଶିଷ ମହାରଣା, ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ସିତାରାମ ମହାପାତ୍ର ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ । ପରେ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହଠାରେ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହିତ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ସମୀକ୍ଷା ବୈଠକରେ ଉପସ୍ଥିତ ରହି ଜିଲାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା, ପ୍ରକଳ୍ପ ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ନିଦେ୍ର୍ଦଶିକାଙ୍କୁ ଅବଗତ କରାଇଥିଲେ । ବୈଠକରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଅନ୍ତୋଦୟ ଗୃହ ଯୋଜନା, ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ସେତୁବନ୍ଧନ ଯୋଜନା, ପଞ୍ଚଶଖା ଶିକ୍ଷାସେତୁ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପିଏମ ସ୍କୁଲସ୍ ଫର୍ ରାଇଜିଂ ଇଣ୍ଡିଆ, ସୁଭଦ୍ରା ଯୋଜନା, ପୋଷଣ ଅଭିଯାନ, ଅନୁସୂଚିତ ଜନଜାତି ହଷ୍ଟେଲ, ସ୍ୱତନ୍ତ୍ର ୟୁବା ଉଦ୍ୟମ (ସ୍ୱୟଂ), ଅମୃତ ପ୍ରୋଜେକ୍ଟ, ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ, ମଣ୍ଡି ଭିତିଭୂମି, ସାଧାରଣ ବଣ୍ଟନ ବ୍ୟବସ୍ଥା, ଜାତୀୟ ସାମାଜିକ ସୁରକ୍ଷା ଯୋଜନା, ମଧୁବାବୁ ପେନସନ ଯୋଜନା, କୃଷକମାନଙ୍କ ପାଇଁ ରିହାତି ଦରରେ ସୁଧ, ଗ୍ରାମ୍ୟ ବିଦୁ୍ୟତିକରଣ, ଗ୍ରାମ୍ୟ ଶିଳ୍ପ ପାର୍କ, ଜିଲାସ୍ତର ଏବଂ ଉପ ଜିଲାସ୍ତରରେ ଅଭିଯୋଗ ଶୁଣାଣି, ଜନ ଶୁଣାଣି ପୋର୍ଟାଲରେ ଶୁଣାଣି ହୋଇନଥିବା ଅଭିଯୋଗ, ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସୁଭଦ୍ରା ଯୋଜନାରେ ୧୯ତାରିଖ ସୁଦ୍ଧା ୪୭୩୭୪୫ଟି ଆବେଦନ ପଞ୍ଜିକରଣ ହୋଇଥିବାବେଳେ ୭୯୭୬ ଆବେଦନ ଖାରଜ ହୋଇଥିବା ଜିଲା ସମାଜମଙ୍ଗଳ ଅଧିକାରୀ ସୂଚନା ଦେଇଥିଲେ । ଖାରଜ ଆବେଦନ ଗୁଡ଼ିକ ବ୍ଲକ ସ୍ତରରେ ତନ୍ନଖି କରାଯିବ । ଚଳିତ ବର୍ଷ ଧାନକ୍ରୟ ନିମନ୍ତେ ୫୩,୧୭୭ ଜଣ ଚାଷୀ ପଞ୍ଜିକରଣ କରିଥିବା ଏବଂ ୧୨୭ଟି କୃଷି ସମବାୟ ସମିତି ଜରୀଆରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବାର ସୂଚନା ଦିଆଯାଇଥିଲା । ଧାନ ମଣ୍ଡିରେ ନୋଡାଲ ଅଧିକାରୀ ଓ ୪/୫ଟି ମଣ୍ଡିକୁ ନେଇ ସୁପରଭାଇଜର ନିୟୋଜିତ ହେବେ ବୋଲି ଜିଲାପାଳ ପ୍ରକାଶ କରିଥିଲେ । ନୋଡାଲ ଅଧିକାରୀ ପ୍ରଚାର ପ୍ରସାର ମାଧ୍ୟମରେ ଚାଷୀମାନଙ୍କୁ ସଚେତନ କରାଇବେ । ସମୀକ୍ଷା ବୈଠକରେ ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଶୁଭେନ୍ଦ୍ର କୁମାର ସାମଲ, ସପନ କୁମାର ନନ୍ଦ, ମୁଖ୍ୟଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲା ପରିଷଦ ଅଶୋକ କୁମାର ବେହୁରିଆ, ଉପଜିଲାପାଳ ଅଂଶୁମାନ ଶତପଥୀ, ଜିଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅପରାହ୍ନରେ ନିଦେ୍ର୍ଦଶିକା ଶ୍ରୀମତୀ ପଣ୍ଡା ବରୁଆଁ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଗୁଡିକର ଏଚଆର ଏବଂ ସିଏସଆର ମୁଖ୍ୟମାନଙ୍କ ସହ ଜିଲାରେ ଦକ୍ଷତା ବିକାଶ ସମ୍ବନ୍ଧୀୟ ଆଲୋଚନା କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
