‘ମନ୍ଥନ’ର ଷୋଡଶ ସ୍ୱନକ୍ଷତ୍ର ଦିବସ

ଯାଜପୁର :  ଦୈନିକ ଓଡ଼ିଆ ଖବରକାଗଜ ‘ମନ୍ଥନ’ର ଷୋଡଶÿ ସ୍ୱନକ୍ଷତ୍ର ଦିବସ ଓ ବାର୍ଷିର୍କ ଉତ୍ସବ ଜିଲାପରିଷଦ ସମ୍ମିଳନୀ କକ୍ଷ ଯାଜପୁର ଠାରେ ସମ୍ପାଦକ ଶରତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଛି । ଉତ୍ସବରେ ପ୍ରାକ୍ତନ ସାଂସଦ ଅଂଚଳ ଦାସ, ବରିଷ୍ଠ ବିରଜା ସଂସ୍କୃତି ଗବେଷକ ଡ.ଜ୍ଞାନରଞ୍ଜନ ପତି, ଯାଜପୁର ମିରର ମୁଖ୍ୟ ସମ୍ପାଦକ ଡ଼.ଅଭୟ କୁମାର ପତି, ସମାଜସେବୀ ଶିଶିର କୁମାର ନାୟକ, ଦିଗାମ୍ବର କର ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ସରକାର ସାମ୍ବାଦିକଙ୍କ ପ୍ରତି ସଚେତନ ହେବା ସହ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବା ଉଚିତ୍ । ସମ୍ବାଦପତ୍ରରେ ପ୍ରକାଶିତ ଖବର ଗୁଡିକ ସାମ୍ବାଦିକ ମାନେ ନିର୍ଭିକ ଭାବରେ ଉପସ୍ଥାପନ କରୁଥିବା ବେଳେ କେତେକ ସମୟରେ ସେମାନଙ୍କୁ ପ୍ରତିବନ୍ଧକ ଆସେ । ସେଥିପ୍ରତି ଗଣମାଧ୍ୟମର ମାଲିକ ମାନେ ଦୃଷ୍ଟି ଦେବା ବି ଦରକାର । 
ଏହି ଅବସରରେ ଷୋଡ଼ଶ ସ୍ୱନକ୍ଷତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିବାବେଳେ ‘ମନ୍ଥନ’ର ଜିଲା ପ୍ରତିନିଧି ଦୟାନିଧି ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମନ୍ଥନର ସ୍ୱତନ୍ତ୍ର ପ୍ରତିନିଧି ଆନନ୍ଦଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ଧର୍ମଶାଳା ପ୍ରତିନିଧି ରମାକାନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । 
ଏହି ଅବସରରେ ଜିଲାର ବିଭିନ୍ନ ପ୍ରତିଭାଧାରୀ ବରିଷ୍ଠ ସାହିତି୍ୟକ ଡ଼.ସୂର୍ଯ୍ୟମଣି ଖୁଂଟିଆ, ପଂଚାୟତିରାଜ ପ୍ରତିନିଧି ଦିଗାମ୍ବର କର, ଡ.ରୁଦ୍ରନାରାୟଣ ପୃଷ୍ଟି, ବିରଜା ସଂସ୍କୃତି ଗବେଷକ ଡ.ଜ୍ଞାନରଞ୍ଜନ ପତି, ଡାକ୍ତର ବିଜୟ କୁମାର ଶତପଥୀ,  କ୍ରୀଡ଼ାବିତ ଶୋଭା ନାୟକ, ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ, ଆଦର୍ଶ ଶିକ୍ଷକ ରବି ଶତପଥୀ, ସାମାଜିକ ଅନୁଷ୍ଠାନ ଲିଙ୍ଗେଶ୍ୱର ଉନ୍ନୟନ କମିଟି ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିିତ କରାଯାଇଥିଲା । ସୁଦିପ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ । ମନ୍ଥନର ଦାନଗଦୀ ପ୍ରତିନିଧି ଉମାକାନ୍ତ ମହାପାତ୍ର, ସୁନିଲ ସାଗର ଦାସ, ରାଜ୍ୟ ପ୍ରତିନିଧି ସତ୍ୟବାଦୀ ନାୟକ, ଉମାକାନ୍ତ ସ୍ୱାଇଁ, ପ୍ରଦୀପ ନାୟକ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।