ଅବସରପ୍ରାପ୍ତ ଅବକାରୀ କର୍ମଚାରୀଙ୍କ ଦେହାନ୍ତ
ବୁଗୁଡା : ସ୍ଥାନୀୟ ନୃସିଂହ ମନ୍ଦିର ସାହି ନିବାସୀ ଅବସରପ୍ରାପ୍ତ ଅବକାରୀ କର୍ମଚାରୀ କୈଳାସ ଚନ୍ଦ୍ର ଦାଶ (୭୩)ଙ୍କ ଦେହାନ୍ତ ହୋଇଯାଇଛି । ଗତ ଗୁରୁବାର ଅପରାହ୍ନରେ ହୃଦଘାତ ଯୋଗୁଁ ମୃତୁ୍ୟବରଣ କରିଥିଲେ । ମୃତୁ୍ୟ ସମୟରେ ତାଙ୍କ ନିକଟରେ ସ୍ତ୍ରୀ, ପୁଅ ଓ ବୋହୁଙ୍କ ସମେତ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ କରାଯାଇଥିଲା । ସେ ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଥିଲେ । ତାଙ୍କର ମୃତୁ୍ୟରେ ଶୋକର ଛାୟା ଖେଳିଯାଇଛି ।