ଦଣ୍ଡଯାତ୍ରା : ନାଟକ ରିହର୍ସାଲରେ ମସଗୁଲ କଳାକାର

ବୁଗୁଡ଼ା :  ଆଗକୁ ଆସୁଛି ଦଣ୍ଡଯାତ୍ରା  । ମା'ଙ୍କ ପୂଜାର୍ଚ୍ଚନା ସାଙ୍ଗକୁ କୃପା ଭିକ୍ଷା ଅପେକ୍ଷାରେ ଶ୍ରଦ୍ଧାଳୁ  । ଏଥି ପାଇଁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମ୍ୟ କମିଟି ପକ୍ଷରୁ ଦଣ୍ଡୁଆଙ୍କୁ ନେଇ ଦଣ୍ଡଯାତ୍ରାର ପ୍ରସ୍ତୁତି ଚାଲିଛି  । ଅନ୍ୟପକ୍ଷରେ ଲୋକଙ୍କ ମନୋରଞ୍ଜନ ପାଇଁ ରାତ୍ରୀକାଳୀନ ମଞ୍ଚସ୍ଥ ନାଟକ ପାଇଁ କଳାକାରମାନେ ରିହର୍ସାଲରେ ମସଗୁଲ ରହିଥିବା ଦେଖିବାକୁ ମିଳିଛି  । ଏ ବର୍ଷ ବୁଗୁଡ଼ାରେ ଅନୁସନ୍ଧାନମୂଳକ ସାମାଜିକ ନାଟକ "ରାଜଧାନୀ କୁଲି ରାଜକୁମାର’, ଗୋଲିଆରେ "ହାଇଦର", ଭାମଶ୍ୟାଳିରେ  "ହାଏ କୃଷ୍ଣ ବୋଲି ଯାଏ ଜୀବ’,ପାଣିକେଶରରେ କାଳ୍ପନିକ ନାଟକ "ସୁଖ ସରିଗଲା ସ୍ୱର୍ଗଦ୍ୱାରରେ" ପଙ୍କଳବାଡି ଓ ପୋଚାଲୁଣ୍ଡିର "କହିବାକୁ ଲାଜ ଶୁଣିଲେ ପାପ’, ତାଳସାକରରେ  ପୌରାଣିକ ନାଟକ "କାଳିଆ ସାଜିଛି କଳା ଛଞ୍ଚାଣ’, କାନକୁଟୁରୁରେ ପୌରାଣିକ ନାଟକ "ମହାଦାନୀ କର୍ଣ୍ଣ’, ଚିଲିଖମାରେ ପୌରାଣିକ ନାଟକ "ନର୍କ କୁଣ୍ଡେ ନାରାୟଣ",  ପାଣିକେଶରରେ  କାଳ୍ପନିକ ନାଟକ "ସୁଖ ସରିଗଲା ସ୍ୱର୍ଗଦ୍ୱାରରେ" , ଆଶ୍ରମକରଡ଼ାବାଡ଼ି, ଡାକରାବାଡି ଓ ବଣପଲ୍ଲୀରେ "ଭାରତଲୀଳା" , ମରାଇପଲ୍ଲୀରେ ପୌରାଣିକ ନାଟକ " ଇନ୍ଦ୍ରଜିତ ବଧ ", ଚିରିକିପଡାରେ "ଗାହାଣ" , ଭାବସରରେ ପୌରାଣିକ ନାଟକ "ମହିରାବଣ ବଧ’, ବକ୍ସିପଲ୍ଲୀରେ ସାମାଜିକ ନାଟକ "ସୁଖ ନିଅଣ୍ଟକୁ ଦୁଃଖ ଅଣ୍ଟିଏ’ ଆଦି ନାଟକ ପରିବେଷଣ ହେବାକୁ ଯାଉଥ?ିବା ନେଇ ବିଭିନ୍ନ ଦଣ୍ଡନାଟ ଆୟୋଜକ କମିଟି ପକ୍ଷରୁ ପ୍ରକାଶ ପାଇଛି  । ତେବେ ଏସବୁ ନାଟକ ପରିବେଷଣ କାଳରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ଅଗ୍ରାହ୍ୟ କରାଯିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି  ।