୨ବାଇକ୍ ଚୋର ଗିରଫ 

 ପୁରୀ: ଜଣେ ବ୍ୟକ୍ତିଙ୍କ ମୋଟର ସାଇକେଲ ଚୋରି କରିନେଇଥିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୋଲିସ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦ୍ୱୟ ହେଲେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ବିଜିପୁର କୋଠ ସାହିର ରଂଜିତ ଦାସ (୩୨) ଓ ଢେଙ୍କାନାଳ ଜିଲ୍ଳା ଅନ୍ତର୍ଗତ ବଡ଼ପଣ୍ଡା ସାହିର ବିକ୍ରମ ବିଶ୍ୱାଳ (୪୦) । ସେମାନଙ୍କ ଠାରୁ ପୋଲିସ ଏକ ମୋଟର ସାଇକେଲ, ଗୋଟିଏ ମୋବାଇଲ ଫୋନ୍ ଜବତ କରିଛି । ଏ ସଂକ୍ରାନ୍ତରେ ବିଏନ୍ଏସ୍ ୨୦୨୩ ଧାରା ୩୦୩(୨)ରେ ୭୬/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ପ୍ରକାଶ ଯେ ଗତ ୨୮ ତାରିଖ ଦିନ ସିଟି ରୋଡ଼୍ର ମୁନା ସେଠୀ (୨୭) ତାଙ୍କର ଓଡ଼ି-୦୨-ସିଏପ୍-୫୨୪୯ ରେଜିଷ୍ଟ୍ରେସନ ନମ୍ବର ବିଶିଷ୍ଟ ବାଇକ୍ଟି ରାସ୍ତା କଡ଼ରେ ରଖି ଜଗନ୍ନାଥ ଷ୍ଟାଡ଼ିୟମ୍ ଭିତରକୁ ପ୍ରବେଶ କରିଥିଲେ । ଏହାର ସୁଯୋଗ ନେଇ ରଂଜିତ ଓ ବିକ୍ରମ ତାଙ୍କର ବାଇକ୍ଟିକୁ ଚୋରାଇ ନେଇ ଫେରାର ହୋଇଯାଇଥିଲେ । ପରେ ମୁନା ସେଠୀ ଥାନାରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।