କୋଇଲା ପରିଚାଳନାରେ କେଆଇସିଟିପିପିଏଲର ରେକର୍ଡ

 ପାରାଦୀପ: ପାରାଦୀପ ବନ୍ଦରକୁ ୧୫୩.୬୩୦ ମେଟ୍ରିକ ଟନ ଷ୍ଟିମ କୋଇଲା ନେଇ ଆସିଥିବା ଏକ ବୃହତ ଜାହାଜ "ଏମଭି ଇଣ୍ଡିଆନ ପାର୍ଟନରସିପ' ଜାହାଜ ରୁ ୨୪ ଘଣ୍ଟାରେ କଳିଙ୍ଗ ଇଣ୍ଟରନ୍ୟାସନାଲ କୋଲ ଟର୍ମିନାଲ ପାରାଦୀପ ପ୍ରାଇଭେଟ ଲିମିଟେଡ଼ (କେଆଇସିଟିପିପିଏଲ) ଦ୍ୱାରା ପଣ୍ୟ ଖଲାସ କରି ଏକ ନୂତନରେକର୍ଡ ସୃଷ୍ଟି କରିଛି । ପୂର୍ବରୁ ଏହି ପଣ୍ୟ ଖଲାସ କରିବାର ରେକର୍ଡ ଥିଲା ୭୦.୯୧୫ ମେଟ୍ରିକ ଟନ । ଏହି ଜାହାଜର ଲମ୍ବ ୨୯୨ ମିଟର, ଓସାର ୪୫ ମିଟର ଏବଂ ଡ୍ରାଫ୍ଟ ୧୬.୩ ମିଟର । ତେବେ ପାରାଦୀପ ବନ୍ଦରର ପୋତାଶ୍ରୟଗୁଡିକରେ ଯାନ୍ତ୍ରିକ ପଣ୍ୟ ପରିଚାଳନା ବ୍ୟବସ୍ଥା ଯୋଗୁଁ  ବନ୍ଦରର ପରିଚାଳନାର କ୍ଷମତା ବୃଦ୍ଧି ପାଇଥିବା ବେଳେ ୨୦୪୭ ମସିହା ରେକର୍ଡ ପଣ୍ୟ ପରିଚାଳନା ଲକ୍ଷ୍ୟରେ ପହଞ୍ଚିବାକୁ ଅଗ୍ରସର ହେଉଛି । ଅପର ପକ୍ଷେ ବନ୍ଦରରେ କର୍ମଚାରୀଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି  ।