ଓକିଲ ସଂଘର ନିର୍ବାଚନ : ପ୍ରେମାନନ୍ଦ ସଭାପତି, ଶରତ କୁମାର ସମ୍ପାଦକ
ପୁରୀ : ୨୦୨୫-୨୬ ପାଇଁ ପୁରୀ ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି । ପ୍ରେମାନନ୍ଦ ମହାନ୍ତି ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ବିଭୂଦତ୍ତ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ଭାବେ ଶରତ କୁମାର ରାୟଗୁରୁ ନିର୍ବାଚିତ ହୋଇଛନ୍ତି । ସଭାପତି ପ୍ରାର୍ଥୀ ଶାରଦା ପ୍ରସାଦ ସାମଲ ୪୩୮ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରେମାନନ୍ଦ ମହାନ୍ତି ୫୯୮ଖଣ୍ଡ ଭୋଟ ପାଇଥିଲେ । ୧୬୦ଖଣ୍ଡ ଭୋଟ ଅଧିକ ପାଇ ପ୍ରେମାନନ୍ଦ ମହାନ୍ତି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଉପସଭାପତି ପ୍ରାର୍ଥୀ ଦେବେନ୍ଦ୍ର ନାଥ ମିଶ୍ର ୪୯୧ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦି ବିଭୂଦତ୍ତ ପଟ୍ଟନାୟକ ୫୫୩ଖଣ୍ଡ ଭୋଟ ପାଇଥିଲେ । ଶ୍ରୀ ପଟ୍ଟନାୟକ ୬୨ଖଣ୍ଡ ଭୋଟରେ ଆଗୁଆ ରହି ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସାଧାରଣ ସମ୍ପାଦକ ପ୍ରାର୍ଥୀ ନରେଶ କୁମାର ମହାନ୍ତି ୨୧୦ଖଣ୍ଡ ଭୋଟ ପାଇଥିବା ବେଳେ ରମେଶ ଚନ୍ଦ୍ର ପ୍ରଧାନ ୨୬୯ ଖଣ୍ଡ ଭୋଟ ପାଇଥିଲେ । ଶରତ କୁମାର ରାୟଗୁରୁ ୫୬୭ଖଣ୍ଡ ଭୋଟ ପାଇ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏତଦ୍ବ୍ୟତୀତ ଯୁଗ୍ମ ସମ୍ପାଦକ ଭାବେ ୩ଜଣ ଓ କା