ମଙ୍ଗୁଳି କପ୍ ଉଦ୍ଘାଟିତ: ଦେବତଗଢିଆ ଚାମ୍ପିଅନ୍
ବନ୍ତ: ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଳିଠାରେ ୮ତମ ମଙ୍ଗୁଲି କପ୍ ଅନୁଷ୍ଠିତ ହୋଇଯାଇଛି । ରାତ୍ର କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମଙ୍ଗୁଳିକୁ ହରାଇ ଦେବତଗଢିଆ ଚାମ୍ପିଅନ୍ ହୋଇଛି । ମୁଖ୍ୟଅତିଥି ମଙ୍ଗୁଲି ସ୍କୁଲର ପ୍ରଧାନଶିକ୍ଷକ ରମାକାନ୍ତ ରାଉତ, ଶିକ୍ଷୟିତ୍ରୀ ବିଦୁ୍ୟତ୍ପ୍ରଭା ମଲ୍ଲିକ ଯୋଗଦେଇ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ କରିଥିଲେ । କ୍ରିକେଟରେ ୮ଟି ଟିମ୍ ଯୋଗଦେଇଥିଲେ । ଫାଇନାଲ୍ ମ୍ୟାଚରେ ମଙ୍ଗୁଳି ଓ ଦେବତାଗଢିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲେ । ପ୍ରଥମେ ମଙ୍ଗୁଳି ବ୍ୟାଟିଂ କରି ନର୍ଦ୍ଧାରିତ ୬ଓଭରରେ ୬ୱିକେଟ ହରାଇ ୫୭ରନ ସଂଗ୍ରହ କରିଥିବାବେଳେ, ନିର୍ଦ୍ଧାରିତ ରନ୍କୁ ଲକ୍ଷକରି ଦେବତାଗଢିଆ ୫ଓଭର ୩ଟି ବଲ୍ରେ ୫ୱିକେଟ ବିନିମୟରେ ୫୮ରନ୍ କରି ବିଜୟ ହାସଲ କରିଥିଲା । ପୁରସ୍କାର ବିତରଣୀ ସଭାରେ କ୍ରୀଡାବିତ୍ ସୋମନାଥ ବିଶ୍ୱାଳ ଚାମ୍ପିଅନ୍ ଦଳ ଦେବତାଗଢିଆ ଖେଳାଳୀଙ୍କୁ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରିଥିବାବେଳେ, ରନର୍ସ ଦଳକୁ ସମାଜସେବୀ ଗୁଣମଣି ଘଡ଼ାଇ ଟ୍ରଫି ପ୍ରଦାନ କରିଥିଲେ । ଭବାନୀ ବିଶ୍ୱାଳ, ସୁଧାକର ନାଥ, ଅକ୍ଷୟ ରାଉତ, ଅକ୍ଷୟ ଘଡ଼ାଇ, ନାରାୟଣ ଚନ୍ଦ୍ର ଦାଶ, ହରେକୃଷ୍ଣ ପରିଡା, ପ୍ରସନ୍ନଭାରତୀ ବିଶ୍ୱାଳ, ସିଲୁ ଜେନା, ବିକାଶ ପରିଡା କାର୍ଯ୍ୟ ତୁଲାଇ ଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ମଙ୍ଗୁଳି କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜନ କରାଯାଇଥିଲା ।