ଅବକାରୀ ବିଭାଗର ଚଢ଼ଉ, ମଦ ଜବତ

 ଜଗତସିଂହପୁର : ଅବକାରୀ ବିଭାଗ ପକ୍ଷରୁ ନାଉଗାଁ ଥାନା ଜାମୁଗାଁରେ ଚଢ଼ଉ କରାଯାଇ ପ୍ରଶାନ୍ତ ସାହୁ (୪୮)ଙ୍କ ଠାରୁ ୧୦୫ ଲିଟର ଦେଶୀ ମଦ, ୭ ଲିଟର ବିଦେଶୀ ମଦ ଜବତ କରିବା ସହିତ ଏକ କାର ଜବତ କରି ପ୍ରଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ପୂର୍ବରୁ ଜଗତସିଂହପୁର ଅବକାରୀ ବିଭାଗ ପକ୍ଷରୁ ପ୍ରଶାନ୍ତ ସାହୁଙ୍କୁ ଚୋରା ମଦ ଚାଲାଣ ମାମଲାରେ ଗିରଫ କରିଥିଲେ ଚାପ ବଳରେ ଅବକାରୀ ବିଭାଗ ଛାଡି ଦେଇଥିଲେ । ସ୍ଥାନୀୟ ଲୋକ ପ୍ରଶାନ୍ତଙ୍କ ଚୋରା ମଦ ବେପାରକୁ ନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶିବିରରେ ଅଭିଯୋଗ କରିଥିଲେ । ଅବକାରୀ ଇନ୍ସପେକ୍ଟର ପ୍ରଭାସ ଚୌଧୁରୀଙ୍କ ନେତୃତ୍ୱରେ ଚଢ଼ଉ ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ସବ୍ ଇନ୍ସପେକ୍ଟର ପିନାକୀ ରଞ୍ଜନ ରାଉତରାୟ, ଏସ୍ଆଇ ଭାଗ୍ୟଲକ୍ଷ୍ମୀ ଦଳାଇ, ଏଏସ୍ଆଇ ଶ୍ରୀଧର ସିଂହ, ଓଆଇସି ସନ୍ତୋଷ ନାୟକ, କନେଷ୍ଟବଳ ସବିତା ନାୟକ, ସୁକାନ୍ତ ମାଝୀ ପ୍ରମୁଖ ସାମିଲଥିଲେ  ।