ବ୍ରାଉନ୍ ସୁଗାର ବେପାରୀ ଗିରଫ
ଜଟଣୀ : ଭାରତୀୟ ତୈଳ ନିଗମ ରାସ୍ତାର ଏକ ଘରୋଇ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଖଣ୍ଡୁଆଳଙ୍କ ମନ୍ଦିର ନିକଟରେ ବେଆଇନ ବ୍ରାଉନ ସୁଗାର କାରବାର ହେଉଥିବା ଖବର ପାଟ୍ରୋଲିଂ କରୁଥିବା ସବ୍ଇନ୍ସପେକ୍ଟର ଅବିନାଶ ଚାନ୍ଦଙ୍କ ହସ୍ତଗତ ହେବା ପରେ ଥାନାଧିକାରୀ ଷ୍ଟାଲିନ ବିଶ୍ୱାଳଙ୍କ ନିଦେ୍ର୍ଦଶକ୍ରମେ ତୁରନ୍ତ ସେହି ସ୍ଥାନରେ ଚଢାଉ କରାଯାଇ ଦୁଇଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଥିଲା । ଖାନତଲାସି ବେଳେ ସେମାନଙ୍କ ନିକଟରୁ ୧୯ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିଲା । ଅଭିଯୁକ୍ତ ଦ୍ୱୟ ହେଲେ ଭୁବନେଶ୍ୱର ବଡଗଡ ଥାନା ଅନ୍ତର୍ଗତ ମହିଷା ଖାଲ ବସ୍ତିରେ ରହୁଥିବା ବୋଲଗଡ଼ କଳାମାଟିଆ ଗ୍ରାମର ଛବି ଓରଫ ସୁଧୀର ନାୟକ (୨୬) ଏବଂ ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା ଅଞ୍ଚଳରେ ରହୁଥିବା କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ ଲୁହାଗୋଡ଼ି ପାଟଣା ଗ୍ରାମର ସୁବାଷ ପଟ୍ଟନାୟକ (୪୪) ବୋଲି ଜଣାପଡ଼ିଛି । ପୁଲିସ ଏକ ମାମଲା ରୁଜୁ କରାଯାଇ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।