ଜଣେ ନାବାଳକ ସହ ୪ ମାଓବାଦୀ ଗିରଫ


ାା ପ୍ରଭାନୁ୍ୟଜ ।ା ମାଲକାନଗିରି,୧୬ ।୪: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁରରେ ୪ ମାଓବାଦୀଙ୍କୁ ଗିରଫ କରିବା ସହ ବିସ୍ଫୋରକ ଜବତ କଲେ ଯବାନ । ସୂଚନା ଅନୁଯାୟୀ ଡିଆରଜି ଯବାନଙ୍କ ପକ୍ଷରୁ ନାରାୟଣପୁର ଜିଲ୍ଲାର କୁମୁରାଡି, ମାକସୋନି ଆଦି ଜଙ୍ଗଲରେ ତଲାସି ଅଭିଯାନ କରାଯାଉଥିଲା । ଏହି ତଲାସି ବେଳେ ମାକସୋନି ଗ୍ରାମ ରାସ୍ତା ପାର୍ଶ୍ୱ ଜଙ୍ଗଲରେ ୪ ଜଣ ସନ୍ଦିଗ୍ଧ ବ୍ୟକ୍ତି ଲୁଚି ରହିଥିବା ବେଳେ ସେମାନଙ୍କୁ ଯବାନ ମାନେ କାବୁ କରି ପଚରା ଉଚରା ବେଳେ ସେମାନେ ମାଓବାଦୀ ବୋଲି ସ୍ୱୀକାର କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଅନ୍ୟ ତିନିଜଣକୁ ତୁରନ୍ତ ଯବାନ ମାନେ ଗିରଫ କରିଥିବା ସହ ସେମାନଙ୍କ ନିକଟରୁ ୫ କିଲୋ ଓଜନର ଗୋଟିଏ କୁକର ଆଇଇଡି ବୋମା ଏବଂ ୨ ଟି ଡେଟୋନେଟର ଓ ମାଓ ସାମଗ୍ରୀକୁ ଯବାନଙ୍କ ଦ୍ୱାରା ଜବତ କରାଯାଇଥିଲା । ଏହାପରେ ଯବାନ ମାନେ ଗିରଫ ମାଓବାଦୀଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳକକୁ ଯୁଭିନାଲ ବୋର୍ଡକୁ ପଠାଇବା ସହ ଅଞ୍ଚଳରେ ତଲାସି ଅଭିଯାନକୁ ବଢାଇ ଦେଇଛନ୍ତି ।