ବିଭିନ୍ନ ସ୍ଥାନରେ ମହିଳା ଦିବସ ପାଳିତ

 ପାରାଦୀପ : ଜେଏସଡବ୍ଲୁ୍ୟ ଉକôଳ ଷ୍ଟିଲ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ମଧୁବନ ସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀ କର୍ମଚାରୀମାନଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳାମାନେ ଅତି ଉସôାହ ସହକାରେ ଏହି ଦିବସ ପାଳନ କରିଥିଲେ  । ମହିଳାମାନେ କେବଳ ପରିବାର ମଧ୍ୟରେ ସୀମିତ ନ ରହି ରାଜ୍ୟ ତଥା ଦେଶ ଓ ବିଶ୍ୱସ୍ତରରେ ସେମାନଙ୍କ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି  । ମହିଳାମାନଙ୍କ ପାଖରେ ସବୁ କ୍ଷେତ୍ରରେ କାର୍ଯ୍ୟ କରିବାର ଦକ୍ଷତା, ଅଭିଜ୍ଞତା ସହିତ ସକାରାତ୍ମକ ମନୋଭାବ ରହିଛି  । କାର୍ଯ୍ୟାଳୟ ହେଉ କି ପରିବାର ମହିଳା ଓ ପୁରୁଷମାନଙ୍କ ମଧ୍ୟରେ କୌଣସି ଲିଙ୍ଗଗତ ପାର୍ଥକ୍ୟ ରହିବା ଉଚିତ୍ ନୁହେଁ । କେବଳ ଆଜିର ଦିନରେ ଉସôବ ପାଳନ କରିବା ସମ୍ମାନ ଦେବା ଉଚିତ୍ ନୁହେଁ ବରଂ ସବୁ ଦିନ ସବୁ ସମୟରେ ମହିଳାମାନଙ୍କୁ ଉଚିତ୍ ସମ୍ମାନ ଓ ଅଧିକାର ମିଳିବ ଉଚିତ୍ ବୋଲି କମ୍ପାନୀର ବରିଷ୍ଠ ଅଧିକାରୀ ତଥା  ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ  ।
ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ ମହିଳାମାନଙ୍କୁ ନେଇ ରମ୍ପ ସୋ, ମୁ୍ୟଜିକ ବଲ, ହିଡେନ ଟ୍ୟାଲେଣ୍ଟ ଓ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା  । ମୁ୍ୟଜିକ୍ ବଲ ପ୍ରତିଯୋଗିତାରେ ନମିତା ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ହିଡେନ ଟ୍ୟାଲେଣ୍ଟ ବିଭାଗରେ ମିତାଲି ଦାସ, ମୋନାଲିସା ରାଉତ ଓ ସଶ୍ମିତା ଦାସ ବିଜୟୀ ହୋଇଥିଲେ । ସଂଗୀତରେ ପିଆଲି ଜେନା ପ୍ରଥମ, ନୃତ୍ୟରେ ରାଜଶ୍ରୀ ବିଶ୍ୱାଳ ଓ ବକ୍ତୃତାରେ ଲୋପାମୁଦ୍ରା ଦାସ ପ୍ରଥମ ସ୍ଥାନ ଅଧିକାର କରିଥିଲେ  । ମିସ ଉକôଳ ଭାବେ ପିଆଲି ପ୍ରିୟମ୍ବଦା ଜେନାଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ମହିଳା କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ମହିଳାମାନେ କେକ୍ କାଟି ପରସ୍ପରକୁ ଖୁଆଇ ମହିଳା ଦିବସର ଶୁଭେଚ୍ଛା ଜଣାଇଥିଲେ । ଏହି ଉସôବରେ ଜେଏସଡବ୍ଲୁ୍ୟ ଉକôଳ ଷ୍ଟିଲର ବରିଷ୍ଠ ଅଧିକାରୀମାନଙ୍କ ସହିତ ସମସ୍ତ ବିଭାଗର ମୁଖ୍ୟ  ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ  ।
ପୁରୀ : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦି ମୋମେଣ୍ଟ ସାମାଜିକ ଅନୁଷ୍ଠାନ ପକ୍ଷରୁ ପୁରୀ ନିକଟ ଗୋରୁଆଳ ନୂଆପଟଣା ସ୍ଥିତ ଓଡିଶା ଚାରୁ ଓ କଳା ମହାବିଦ୍ୟାଳୟ ପରିସରରେ ଅନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ତଥା ବର୍ଷିଆନ ସାମାଜିକ କର୍ମୀ ପ୍ରତିଭା ତ୍ରିପାଠୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଅଧ୍ୟକ୍ଷତା କରିଥିଲେ । ଅତିଥିଭାବେ ମହାବିଦ୍ୟାଳୟର ଅଧ୍ୟାପିକା ତୃପ୍ତିରେଖା ମିଶ୍ର, ବିଶିଷ୍ଟ ଲେଖିକା ତୃପ୍ତି ପଣ୍ଡା, ଦୈନିକ ଖବର କାଗଜ ସାମ୍ବାଦିକା ରାଜଶ୍ରୀ ସାହୁ, ଯୋଗ ପ୍ରଶିକ୍ଷିକା ମିନତୀ ମିଶ୍ର, ଜ୍ୟୋତିର୍ବିଦ ଡ଼କ୍ଟର ସସ୍ମିତା ମିଶ୍ର ଯୋଗଦାନ କରିଥିଲେ । ମହିଳା ଦିବସ ଅବସରରେ ଅତିଥିମାନେ କହିଥିଲେ ଯେ ନାରୀମାନେ କେବେବି ନିଜକୁ ଦୁର୍ବଳ ଭାବିବା ଉଚିତ ନୁହେଁ । ମହିଳାଙ୍କ ଆଥର୍ବକ, ସାମାଜିକ ଓ ସାଂସ୍କୃତିକ ଏବଂ ଅନ୍ୟକ୍ଷେତ୍ରରେ ସଫଳତା ପାରଦର୍ଶିତାକୁ ପାଳନ କରିବା ହେଉଛି ଆଜିର ଲକ୍ଷ୍ୟ । ଏହାସହ ମହିଳାମାନଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରାଯିବା ଉଚିତ । 
ପ୍ରାରମ୍ଭରେ ଅଧିବକ୍ତା ସର୍ବାଣୀଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗାମାଧବ କର, ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, କବି ଯୋଗେଶ୍ୱର ପ୍ରହରାଜ, ଅଧିବକ୍ତା ଭାଗବତ ପ୍ରସାଦ ପଟ୍ଟନାୟକ ପ୍ରମୁଖ ମହିଳା ଦିବସର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ  ।
କେନ୍ଦ୍ରାପଡା : ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମାଧପୁର ସ୍ଥିତ ଏକ ମଣ୍ଡପରେ ଏକ ବିଶାଳ ମହିଳା ସମାବେଶ ଜିଲ୍ଲା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଅର୍ଚ୍ଚନା ନାୟକ, ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ. ଡ଼ଃ କଳ୍ପନା ମଲିକ, ମନୀଷା ପଣ୍ଡା, ଆଇଟି ସେଲର ରାଜଲକ୍ଷ୍ମୀ ଦାସ, ଝିଲ୍ଲୀ ଦାସ, ସସ୍ମିତା ସାହୁ, ବନ୍ଦନାରାଣି ରାଉତରାୟ, ଉଷାରାଣୀ ମିଶ୍ର, ଜିଲ୍ଲା ପ୍ରଭାରୀ ପ୍ରତିମା ନାୟକ ପ୍ରମୁଖ ନାରୀନେତ୍ରୀ ମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ମହିଳା ସଶକ୍ତି କରଣ, ସ୍ୱାବଲମ୍ବୀ ମହିଳା ସମାଜ ଗଠନରେ ସୁଭଦ୍ରା ଯୋଜନା ପ୍ରଣୟନ, ଲକ୍ଷପତି ଦିଦି ଆଦି ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ନିର୍ବାଚନ ସମୟରେ ଜନ ସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଶେଷ କରି ମହିଳାମାନଙ୍କ ଉଦେ୍ଦଶ୍ୟରେ ଦେଇଥିବା ମୋଦି ଗ୍ୟାରେଣ୍ଟିର ସଫଳ ରୂପାୟନ କରାଯାଇ ଥିବାରୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ମହିଳା ମାନଙ୍କୁ ଅଧିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାର  ଅଧିକ ଯୋଜନା ପ୍ରଣୟନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ବିଜେପି ନାରୀନେତ୍ରୀ, ସମର୍ଥକ ଓ ଦଳୀୟ ପଦାଧିକାରୀମାନଙ୍କ ସହ ବହୁ ସରପଚ ଓ ସମିତିସଭ୍ୟ ମାନେ ଅଂଶ ଗ୍ରହଣ କରିଥିଲେ  ।
ଜଟଣୀ  : ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗଙ୍କ ନିଦେ୍ର୍ଦଶ କ୍ରମେ ଜଟଣୀ ପୌର ପରିଷଦ ପକ୍ଷରୁ ସ୍ଥାନୀୟ ଟାଉନ ହଲ (ସ୍ରଷ୍ଠା) ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଆରତୀ ରାଉତ, ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ଭୁବନେଶ୍ୱର ଲୋକସଭା ସାଂସଦଙ୍କ ପ୍ରତିନିଧି ସତୀଶ ଶର୍ମା, ବିଧାୟକଙ୍କ ପ୍ରତିନିଧି ବିଘ୍ନେଶ ବଳବନ୍ତରାୟ, ପାରିଷଦ ଶଶାଙ୍କ ଶେଖର ରାୟ, ବିଷ୍ଣୁ କୁମାର ସାହୁ ଓ ଯନ୍ତ୍ରୀ ଅନୁରାଧା ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ  । ଏହି କାର୍ଯ୍ୟକ୍ରମଟି ମହିଳାମାନଙ୍କ ପାଇଁ ହୋଇଥିବାରୁ କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳା ଗୋଷ୍ଠୀ, ପୌର ପରିଷଦର ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ମହିଳା ଗୋଷ୍ଠୀ, ସ୍ୱଚ୍ଛ ସାଥି, ସ୍ୱଚ୍ଛ ସୁପରଭାଇଜର, ସ୍ୱଚ୍ଛ କର୍ମୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ଆରମ୍ଭରୁ ମହିଳାମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା କରାଯିବା ସହ ମୁ୍ୟଜିକଚେୟାର ଖେଳର ଆୟୋଜନ କରାଯାଇଥିଲା । ପରେ ପରେ ବିଭିନ୍ନକ୍ଷେତ୍ରରେ ଉକୃଷ୍ଟ କାର୍ଯ୍ୟପାଇଁ ମହିଳା, ଆଶା କର୍ମୀ, ପୌର କର୍ମଚାରୀ, ବିଦ୍ୟାଳୟ ଛାତ୍ରୀ ଏବଂ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ମହିଳାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା  ।
ନିମାପଡ଼ା : ନିମାପଡ଼ା ଓ ଗୋପ ବିଜେଡି ପକ୍ଷରୁ ଜୟଶ୍ରୀ ଛକ ନିକଟସ୍ଥ ଶ୍ରୀରାମ କଲ୍ୟାଣ ମଣ୍ଡପରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି  । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜେଡି ନେତା ଦିଲ୍ଲୀପ ନାୟକ ଯୋଗଦେଇଥିବା ବେଳେ ନିମାପଡ଼ା ଓ ଗୋପ ସହିତ ବିଜ୍ଞାପିତ ଅଞ୍ଚଳ ପରିଷଦର ୫ଶହରୁ ଉର୍ଦ୍ଧ୍ୱ ମହିଳାମାନେ ଯୋଗ ଦେଇଥିଲେ  । ଆଗାମୀ ସମୟରେ ସମାଜରେ କିପରି ନାରୀମାନେ ଆହୁରି ସଶକ୍ତ ହେବା ସହିତ ଏକ ସଶକ୍ତ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ସେ ବିଷୟରେ ଦିଲ୍ଲୀପ ନାୟକ ବୈଠକରେ ଆଲୋକପାତ କରିଥିଲେ  । କେବଳ ରାଜନୈତିକ କ୍ଷେତ୍ରରେ ନୁହେଁ ସମାଜର ପ୍ରତିଟି କ୍ଷେତ୍ରରେ ନାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି  । ନାରୀମାନେ ଯେତେ ସସକ୍ତ ହେବେ ଦେଶ ଆଉ ରାଜ୍ୟ ସେତେ ଆଗକୁ ଯିବ ବୋଲି ଅନ୍ୟ ଅତିଥି ମାନେ ପ୍ରକାଶ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କାଉନସିଲର ଧନୁର୍ଦ୍ଧର ଦାସ, ଟିକିନା ପଣ୍ଡା, ପୂର୍ବତନ ଏନ୍ ଏସି ଅଧ୍ୟକ୍ଷ ଅଜୟ ଭୋଇ, ବରିଷ୍ଠ ନେତା ଦିଲିପ ପାତ୍ର, ମିତା ପଟ୍ଟନାୟକ, ଯୁବନେତା ମାନସ ପ୍ରଧାନ, ସୌମ୍ୟ ରଞ୍ଜନ ପରିଜା ପ୍ରମୁଖ ଉପସ୍ଥିତ ଥିଲେ  ।
କୋଣାର୍କ : କୋଣାର୍କ ଯାତ୍ରୀ ନିବାସଠାରେ ପୁରୀ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି  । ମହିଳା ମାନଙ୍କୁ ଅଧିକରୁ ଅଧିକ ସଶକ୍ତିକରଣ କରିବା ଉଦେ୍ଦଶ୍ୟରେ ଆୟୋଜିତ ମହିଳା ଦିବସ ସମାରୋହ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଓ ନିଜ କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ବିଭିନ୍ନ ବ୍ଲକର ଅଙ୍ଗନବାଡ଼ି କର୍ମୀ, ସହକର୍ମୀ, ମିଶନ ଶକ୍ତି ସୁପରଭାଇଜର ଓ ଅଧିକାରିଣୀ ସମେତ ବିଭିନ୍ନ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା  । ଏହି ଅବସରରେ ପୁରୀ ଜିଲ୍ଲାର ମୁଖ୍ୟଅତିଥି ଭାବେ ଗୋପ ବିଡ଼ିଓ ଛବିରାଣୀ  ସାହୁ, ସମ୍ମାନୀତ ଅତିଥିଭାବେ ନିମାପଡ଼ା ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ତନୁପ୍ରଭା ବେଉରା, ମିନାକ୍ଷୀ ସାହୁ,  ମହିଳା ମାହାସଂଘ ସଭାପତି ମିନାକ୍ଷୀ ପୃଷ୍ଟି, ସାଂସଦ ପ୍ରତିନିଧି ମୀନଲତା ମହାନ୍ତି, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସ୍ୱାଗତିକା ପରିଡ଼ା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ  । ୧୧ଟି ବ୍ଲକର ସିଡିପି ଓ ଯୋଗ ଦେଇଥିବା ବେଳେ ସତ୍ୟବାଦୀ ବ୍ଲକ ସିଡିପି ଓ ରାଜଲକ୍ଷ୍ମୀ ଦାସ, ଅସ୍ତରଙ୍ଗ ସିଡିପି ଓ ମମତା ନାୟକ, କଣାସ ସିଡିପି ଓ ସ୍ମିତା ମହାନ୍ତି ଓ ଡେଲାଙ୍ଗ ସିଡିପି ଓ ଜାପାନୀ ମିତ  ସମ୍ମାନିତ ହୋଇଥିଲେ  । ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଜିଲ୍ଲାର ୧୧ଟି  ବ୍ଲକ ର ବିଡ଼ିଓ ,  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘର ଶତାଧିକ କର୍ମକର୍ତ୍ତା ପ୍ରମୁଖ ଏହି ସମାରୋହରେ ଉପସ୍ଥିତ ରହିଥିଲେ ।