ବ୍ରାଉନ ସୁଗାର ଜବତ, ଯୁବକ ଗିରଫ   

 ଭଦ୍ରକ : ବସରେ  ବ୍ରାଉନସୁଗାର ନେଇ ଯାଉଥିବା ଯୁବକ କୁ ଗିରଫ କଲା ଭଦ୍ରକ ଟାଉନ ପୁଲିସ । ୧୦ ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ହୋଇଛି । ବ୍ରାଉନ ସୁଗାର କେସର ଚେର ଖୋଜୁ ଖୋଜୁ ଆଉ ଜଣେ ବ୍ରାଉନ ସୁଗାର ମାଫିଆ ଗିରଫ ହେଲା ବୋଲି ପ୍ରେସମିଟରେ ଆଜି କହିଛନ୍ତି ଟାଉନ ସିଟି ଡ଼ିଏସ୍ପି ସମ୍ବିତ ମାଝୀ  । ବସରେ ଚାଲାଣ ବେଳେ ମାଡ଼ି ବସିଲା ଭଦ୍ରକ ଟାଉନ ପୁଲିସ  । ସୂଚନା ଅନୁଯାୟୀ ଭଦ୍ରକ ଟାଉନ ପୁଲିସ ପୂର୍ବରୁ ୨୧୮ ନମ୍ୱର କେସରେ ୩ ଜଣ ବ୍ରାଉନ ସୁଗାର ବେପାରୀ ବନ୍ତ ଛକରୁ ଗିରଫ କରିଥିଲେ । ସେହି ବ୍ରାଉନ ସୁଗାର ଜବତ୍ ଘଟଣାକୁ ନେଇ ପୋଲିସ ଚେର ଖୋଜୁଥିବା ବେଳେ ମୂଳ ନିକଟରେ ଆଜି ପହଞ୍ଚିଥିଲା ଆଉରି ଅଛି ବୋଲି ତଦନ୍ତ ଚାଲିଥିବା ପୁଲିସ କହିଛି । କଟକ ଜିଲ୍ଲା ଜଗତପୁର ଅଞ୍ଚଳର ସଞ୍ଜୟ ପଣ୍ଡା ଭଦ୍ରକ ଆସି ବ୍ରାଉନ ସୁଗାର କିଣି ବସ ଯୋଗେ ଫେରିବା ବେଳେ ଭଦ୍ରକ ଟାଉନ ପୁଲିସ ସଞ୍ଜୟକୁ ଆଜି ବସ ଭିତରୁ ମାଡି ବସିଥିଲା  । ପରେ ଯାଞ୍ଚ ବେଳେ ୧୦  ଗ୍ରାମ ବ୍ରାଉନ ସୁଗାର ଜବତ୍ କରିଥିଲା ପୁଲିସ । ତେବେ ଏହି ଘଟଣାରେ ଅନ୍ୟ ଲୋକଙ୍କ ସଂପୃକ୍ତି ଥିବା ସନେ୍ଦହରେ ପୁଲିସ ଅଧିକ ଖୋଳତାଡ ଆରମ୍ଭ କରିଥିବା ପୋଲିସ ସୂଚନା ମଧ୍ୟ ଦେଇଛି ।