ବିଜେଡିରେ ସାମିଲ ହେଲେ ୪୦ ପରିବାର 

ବିଜେଡିରେ ସାମିଲ ହେଲେ ୪୦ ପରିବାର 

 ତିହିଡ଼ି : ନିର୍ବାଚନ ଯେତେକି ପାଖେଇ ଆସୁଛି ଦିନକୁ ଦିନ ବାସୁଦେବପୁର ବିଜେଡି ଅଧିକରୁ ଅଧିକ ମଜବୁତ୍ ହେବାରେ ଲାଗିଛି । ରାଜ୍ୟର ସ୍ୱଚ୍ଛ ନବୀନ ସରକାରଙ୍କ ସମେତ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଉପରେ ଆସ୍ଥା ପ୍ରକଟ କରି ଉଭୟ ବିଜେପି ଓ କଂଗ୍ରେସରୁ ଶହଶହ କର୍ମୀ ବିଜେଡିରେ ସାମିଲ ହେଉଥିବା ଜଣାଯାଇଛି । କିଛିଦିନ ତଳେ ମଙ୍ଗଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସମେତ ବହୁ କର୍ମୀ ବିଜେଡିରେ ସାମଲି ହୋଇଥିବା ବେଳେ ପୁଣି ଶନିବାର ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା ଓ ଜିଲ୍ଲା ବିଜେଡି ସମ୍ପାଦକ କମଳାକାନ୍ତ ଲେଙ୍କାଙ୍କ ନେତୃତ୍ୱରେ ପ୍ରାୟ ୪୦ ପରିବାର ଅନ୍ୟଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବିଧାୟକଙ୍କ ବାସୁଦେବପୁରସ୍ଥିତ ବାସଭବନରେ ଏନେଇ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଲକ୍ଷ୍ମୀଧର ନାୟକ, ଭିକାରୀ ଚରଣ ନାୟକ, ଭାଗିରଥି ଦାସ, ରମେଶ ସାହୁ, ଚନ୍ଦନ ନାୟକ, ବିନୋଦ ନାୟକ, ପୀତବାସ ପରିଡା, ରଞ୍ଜନ ନାୟକ, ସୁରେନ୍ଦ୍ର ବାରିକ, ମକରା ମାଝୀ ଓ ଜୀବନ ନାୟକ ପ୍ରମୁଖ ଉଭୟ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ସାମିଲ ହୋଇଥିବା ଜଣାଯାଇଛି । ବିଧାୟକ ବିଷ୍ଣୁବ୍ରତ ରାଉତରାୟ ସେମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିବା ସହିତ ବିରୋଧିଙ୍କ କାନକୁହା କଥାରେ ଆଉ ପରି·ଳିତ ନେହେବାକୁ ପରାମର୍ଶର୍ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ବଡଭାଇ ଦୁର୍ଗାଦତ୍ତ ରାଉତରାୟ, ସରପଞ୍ଚପୁଷ୍ପାଞ୍ଜଳୀ ଲେଙ୍କା, ଜିଲ୍ଲା ବିଜେଡି ସମ୍ପାଦକ କମଳାକାନ୍ତ ଲେଙ୍କା, ଜିଲ୍ଲା ଉପସଭାପତି ସୁରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।