ନିଘୋଡ ନିଦ୍ରାରେ ସାଳନ୍ଦୀ ଡିଭିଜନ : ଚିନ୍ତାରେ ଚାଷୀ , ଭାସିଗଲା ଧାନ ତଳି
ଭଦ୍ରକ : ଭଦ୍ରକ ବ୍ଲକ୍ ଅଧିନସ୍ଥ ବହୁ ସାଳନ୍ଦୀ ନଦୀକୂଳ ପାଖ ସ୍ଥାନରେ ଚାଷ ନଷ୍ଟ ନେଇ ଅଭିଯୋଗ ଶୁଣୁ ନାହାନ୍ତି ବିଭାଗୀୟ ଅଧିକାରୀ । ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ୍ । ଏହାଛଡା ନଦୀ ପାର୍ଶ୍ୱସ୍ଥ ନାଳ ଶାଖା ନାଲିଆ ଇତ୍ୟାଦି ବହୁ ଗାଁରେ ଚାଷ ଉଜୁଡି ଯାଉଛି । ଏସକେପର ପୁନଃ ନିର୍ମାଣ କିମ୍ବା ନଦୀ ବଢି ପାଣିରୁ ସୁରକ୍ଷାର କୌଣସି ବ୍ୟବସ୍ଥା କରାଯାଉନାହିଁ । ଖଣ୍ଡତଡା ପଂଚାୟତ ଚାଷୀମାନେ ପ୍ରଶାସନ ଉପରେ ବାର୍ଷିଛନ୍ତି । ସେମାନଙ୍କର ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଏବେ ବଢି ପାଣି ପଶି ସବୁ ଧାନ ତଳି ପଚି ଧୋଇ ଯାଇଥିବା ଅଭିଯୋଗ ହୋଇଛି । ଏସବୁ ଉପରେ ଜିଲ୍ଲା ପ୍ରଶାସନ କିମ୍ବା ସାଳନ୍ଦୀ ବିଭାଗୀୟ ମାନେ କିଛି ଶୁଣୁ ନାହାନ୍ତି । ସେହିପରି ସାଳନ୍ଦୀ ବ୍ୟତୀତ ବୈତରଣୀ ପାର୍ଶ୍ୱସ୍ଥ ଧାମନଗର ଓ ଭଣ୍ଡାରିପୋଖରୀ ରେ ମଧ୍ୟ ସେହିପରି ସମାନ ଅବସ୍ଥା ଭୋଗୁଛନ୍ତି ଚାଷୀ । ଏସବୁ ଉପରେ ସରକାର ଧ୍ୟାନ ଦେଇ ପ୍ରଥମେ ଏସକେପ ଓ ପାର୍ଶ୍ୱବର୍ତ୍ତୀ ବନ୍ଧ ସୁଦୃଢ କରିବାକୁ ଗରିବ ଚାଷୀ ମାନେ ଦାବୀ କରି ଆସୁଛନ୍ତି କ୍ଷ ଏବେ ବର୍ଷା ବନ୍ୟାରେ ଚିନ୍ତାରେ ପଡି ଯାଇ ଗଣମାଧ୍ୟମରେ ମଧ୍ୟ ଅଭିଯୋଗ କରିଛନ୍ତି ।