୫ଜୁଆଡ଼ି ଗିରଫ

 ପୁରୀ : ମାର୍କଣ୍ଡେଶ୍ୱର ମନ୍ଦିରରେ ଜୁଆ ଖେଳୁଥିବା ବେଳେ ବାସେଳୀ ସାହି ଥାନା ପୋଲିସ ୫ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪ପ୍ୟାକେଟ୍ ତାସ ଓ ନଗଦ ୨୭,୫୨୦ ଟଙ୍କା ଜବତ କରିଛି । ଅଭିଯୁକ୍ତମାନେ ହେଲେ ମାର୍କଣ୍ଡେଶ୍ୱର ସାହିର କାଳିଆ ବିଶ୍ୱାଳ ଓରଫ କାଳୁ (୨୫), ନରେନ୍ଦ୍ର କୋଣର ସୁନୀଲ ଖାନ (୩୯), ପୂର୍ଣ୍ଣଚନ୍ଦ୍ର ପ୍ରଧାନ (୫୦), ମାର୍କଣ୍ଡେଶ୍ୱର ସାହିର ନିରଞ୍ଜନ ସାହୁ (୩୬), ପଦ୍ମନାଭ ବିଶ୍ୱାଳ (୩୫) । ଏ ସଂକ୍ରାନ୍ତରେ ବିଏନ୍ଏସ୍ର ୨୯୬, ୧୩୨, ୩୫୧ (୨), ୩(୫) ଏବଂ ଓପିଜି ଆଇନର ୩ ଧାରାରେ ୮୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି ।