ପୂର୍ବତନ ଉପସଭାପତି ସାରଦା ରାଉତଙ୍କ ବିୟୋଗ : ପାରାଦୀପ ଟ୍ରକ ମାଲିକ ସଂଘର ସ୍ମୃତି ସଭା 

 ପାରାଦୀପ :  ପାରାଦୀପ ଟ୍ରକ ମାଲିକ ସଂଘର ପୂର୍ବତନ ଉପସଭାପତି ସାରଦା ପ୍ରସନ୍ନ ରାଉତଙ୍କର ଗତ ଏପ୍ରିଲ ୨୬ ତାରିଖରେ ଏକ ସଡକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା । ମଙ୍ଗଳବାର ଦିନ ତାଙ୍କର ଏକାଦଶାହ କର୍ମ ଅବସରରେ ପାରାଦୀପ ସ୍ଥିତ ଟ୍ରକ ମାଲିକ ସଙ୍ଘ କାର୍ଯ୍ୟାଳୟ ପରିସରରେ ସଙ୍ଘର ଉପଦେଷ୍ଟା ଅଜୟ କୁମାର ସାହୁଙ୍କ  ପୋରୋହିତ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ମୃତି ସଭାରେ ପାରାଦ୍ୱୀପ ଟ୍ରକ ମାଲିକ ସଙ୍ଘର ସଭାପତି ବିରଞ୍ଚି ନାରାୟଣ ପରିଡା, ସମ୍ପାଦକ ରାଜେଶ ମହାନ୍ତି, ସହ ସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ, ଉପସଭାପତି ପ୍ରଦୀପ୍ତ ଗାହଣ, ସୂର୍ଯ୍ୟକାନ୍ତ ପରିଜା, ସ୍ମୃତିରଞ୍ଜନ ସାମନ୍ତରାୟ, ପ୍ରଭାତ ନାୟକ ଏବଂ ଉପଦେଷ୍ଟା ମଦନ ମୋହନ ସ୍ୱାଇଁ, ସଂଘର୍ କାର୍ଯ୍ୟକାରିଣୀ ସଭ୍ୟ ଅମ୍ବିକା ପ୍ରସାଦ ମହାପାତ୍ର, ବିଚିତ୍ର ଜେନା, ଖଗେଶ୍ୱର ଲେଙ୍କା ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି   ସଂଘର ଉନ୍ନତିରେ ସ୍ୱର୍ଗତ ସାରଦା ବାବୁଙ୍କ ଅବଦାନ ଏବଂ ତାଙ୍କର ପରୋପକାରୀ, ମିଷ୍ଟଭାସି, ଦୃଢମନା ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିବା ସହିତ ସ୍ୱର୍ଗତ ରାଉତ ସବୁ ଦିନ ପାଇଁ ସଂଘର ସମସ୍ତ ଟ୍ରକ ମାଲିକଙ୍କ ହୃଦୟରେ ରହିବେ ବୋଲି ମତ ପୋଷଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ସାରଦା ରାଉତଙ୍କ ତୈଳ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ସହିତ ତାଙ୍କ ଅମର ଆତ୍ମାର ସଦଗତି  ନିମ୍ନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା  ।