ସଂକୁଳସ୍ତରୀୟ ଶିଶୁ ମେଳା ଓ ବିଜ୍ଞାନ ମେଳା
ବଡ଼ସାହି: ସ୍ଥାନୀୟ ବଡ଼ସାହି ବିବେକାନନ୍ଦ ବିହାର ଠାରେ ବାଣୀପୀଠର ୪୫ତମ ମହୋତ୍ସବ ଅବସରରେ ଉକôଳ ଶିକ୍ଷା ପରିଷଦ ପକ୍ଷରୁ ସଂକୁଳସ୍ତରୀୟ ଶିଶୁ ମେଳା ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ସକାଳେ ଜ୍ଞାନ ଜ୍ୟୋତି ଓ ସଂକୁଳ ପତାକା ଅନୁଷ୍ଠାନର ଉପାଧ୍ୟକ୍ଷା ନିଶାମଣି ରାଉତ ଉତ୍ତୋଳନ କରିଥିଲେ । ପରେ ପରେ ସଂକୁଳସ୍ତରରେ ଥିବା ୨୨ଟି ଶିକ୍ଷା କେନ୍ଦ୍ରର ପ୍ରତିଯୋଗୀମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପିଲାମାନେ ବିବେକାନନ୍ଦ ବିହାରରୁ ବାହାରି ବଜାର ପରିକ୍ରମା କରି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିଥିଲେ । ବଡ଼ସାହି ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଉକôଳ ଶିକ୍ଷା ପରିଷଦ, ଓଡିଶା, ଭୁବନେଶ୍ୱରର କଳା ଓ ସଂସ୍କୃତି ବିଭାଗ ପକ୍ଷରୁ ବଡ଼ସାହି ସଂକୁଳସ୍ତରୀୟ ଶିଶୁ ମହୋତ୍ସବ ‘ସୁଗନ୍ଧ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂକୁଳ ପ୍ରମୁଖ ଡ଼କ୍ଟର କୁମାର ବାବୁଲିଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ଅଧ୍ୟାପକ ଡ଼ ସରୋଜ କୁମାର ନାୟକ ଯୋଗ ଦେଇ ଶିଶୁମାନଙ୍କ ମଧ୍ୟରେ ରହିଥବା ସୁପ୍ତ ପ୍ରତିଭାକୁ ବିକଶିତ କରିବାରେ ଶିଶୁ ମେଳା ହିଁ ପ୍ରକୃଷ୍ଟ ମାଧ୍ୟମ ଅଟେ ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ କବି ଅମିତାଭ ମିଶ୍ର, ଉକôଳ ଶିକ୍ଷା ପରିଷଦ, ଓଡିଶାର ରାଜ୍ୟ ସମ୍ପାଦକ ଯୋଗେନ୍ଦ୍ର ଦାଶ ପ୍ରମୁଖ ସଂକୁଳସ୍ତରୀୟ ଶିଶୁ ମେଳାର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଉଦ୍ଘାଟନ ଅବସରରେ ମୁଖ୍ୟବକ୍ତା ଭାବେ ବେତନଟୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ସମ୍ପାଦକ ଅନୁକୂଳ ପଟ୍ଟନାୟକ, ମୁଖ୍ୟଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ମନୋରଞ୍ଜନ ଦାଶ, ପରିଷଦ ସଦସ୍ୟ ସୁରଜ କୁମାର ବାରିକ, ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟକ୍ଷ ସୂର୍ଯ୍ୟକାନ୍ତି ପୁହାଣ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଉକôଳ ଶିକ୍ଷା ପରିଷଦ, ଓଡିଶା ପକ୍ଷରୁ ଅନୁଷ୍ଠାନକୁ ରୌପ୍ୟ ଜୟନ୍ତୀ ସ୍ମାରକ ପ୍ରଦାନ କରାଯାଇଥିଲା । ଗୁରୁଜୀ ଦୀପକ କୁମାର ଦାସ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିଶୁ ମହୋତ୍ସବରେ ବଡ଼ସାହି ସଂକୁଳର ସମସ୍ତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଶତାଧିକ ପ୍ରତିଯୋଗୀମାନଙ୍କ ମଧ୍ୟରେ ପ୍ରବନ୍ଧ, ନାଚ, ଚିତ୍ରାଙ୍କନ, କୁଇଜ,ଏକକଅଭିନୟ, ଭାଷାଜ୍ଞାନ, ସୁନ୍ଦର ହସ୍ତାକ୍ଷର, ବକ୍ତୃତା, ବିଜ୍ଞାନମେଳା ଆଦି ବିଭାଗରେ ପ୍ରତିଯୋଗିତା ହୋଇଥିଲା । ଏହି ଶିଶୁ ମେଳାରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ବଡ଼ସାହିକୁ ଚଳିତ ବର୍ଷ ଚମ୍ପିଆନ ଆଖ୍ୟା ପ୍ରଦାନ କରାଯାଇଥିଲା । ଶେଷରେ ଅତିଥିମାନେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥଲେ ।