ମଦ ଜବତ, ୫ ଗିରଫ
ନବରଙ୍ଗପୁର : ଗୁରୁବାର ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସଙ୍କ ନିଦେ୍ର୍ଧଶକ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥଙ୍କ ନେତୃତ୍ୱରେ, ବିଭାଗୀୟ କର୍ମଚାରୀ ମାନଙ୍କ ସହ, ନବରଙ୍ଗପୁର ଥାନା ଅନ୍ତର୍ଗତ, ଜେଟୁଗୁଡା ଗ୍ରାମ ନାଳ ରାସ୍ତାରେ, ଆସାମୀ ଗଣେଶ ବିଷୋୟୀ ନିକଟରୁ ୩୫ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଯାଇଛି ଓ ଯେଟୁଗୁଡା ନାଳରେ ମଦ ରାନ୍ଧୁଥିବା ସମୟରେ ଜଣେ ଆସାମୀ ଖଗ ବିଷୋୟୀ ନିକଟରୁ ୪୦ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ, ୨୦ ଲିଟର ପୋଚ ଓ ୩୪ ଲିଟର ମଦ ରାନ୍ଧିବା ନିମନ୍ତେ ପ୍ରସ୍ତୁତ ହୋଇଥିବା ପୋଚ ଜବତ କରାଯାଇଛି । ଘଟଣା ସ୍ଥଳରେ ମଦ, ପୋଚ, ରସଡେକଚି, ଟିଣ ଡବା ନଷ୍ଟ କରି ଦିଆଯିବା ସହ ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ବିଙ୍ଗରାଜ ଦାମି, ନବରଙ୍ଗପୁର ଥାନା ଅନ୍ତର୍ଗତ ଦଶପୁର ଗ୍ରାମର ଦେବାନନ୍ଦ ନାଏକ ନିକଟରୁ ୧୫ ଲିଟର ବାହାର ଭାଟି ମଦ ଜବତ କରାଯାଇଛି ଓ ତେନ୍ତୁଳୀଗୁଡା ଗ୍ରାମର ଶିବରାମ ମାଝି ନିକଟରୁ ୨୪ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରିବା ସହ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଚାନ୍ଦିଲି ଗ୍ରାମରେ, ବାରିଗୁଡା ଗ୍ରାମର ଟଙ୍କ ଧର ବିଷୋୟୀ ନିକଟରୁ ୩୫ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ଆସାମୀ ମାନଙ୍କୁ ଏସଡିଜେଏମଙ୍କ ଅଦାଲତରେ ହଜାର କରାଯାଇଥିବା ଅବକାରୀ ନିରୀକ୍ଷକ ରଥ ସୂଚନା ଦେଇଛନ୍ତି । ଏହି ଚଡାଉରେ ସହ-ଉପ ନିରୀକ୍ଷକ କୀଲାଡୀ ଭାସ୍କର, ସିପାହୀ ମାନେ ହେଲେ ରଞ୍ଜୀ ଜାନି, ରେଶମା ସୁନା, ଆକ୍ରମ ଖାନ, ଉମେଶ ହରିଜନ, ସଦା ଶିବ ଭତରା, ସୁଧାଂଶୁ ଶେଖର ବାଘ, ରଂଜିତ ସିଂହ, ଆକାଶ ଶବର ଓ ବଳବନ୍ତ ରାଏ ସହଯୋଗ କରିଥିଲେ ।