ଟାଟା ଷ୍ଟିଲ ସହଯୋଗରେ ସ୍କୁଲରେ ସୋଲାର ଶକ୍ତି ଶ୍ରେଣୀଗୃହ 

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପୁରୁଣାକୋଟ ସରକାରୀ ନୋଡାଲ ୟୁପି ସ୍କୁଲରେ ଶିକ୍ଷା ଭିତିଭୂମିର  ଉନ୍ନତି କରଣ ପାଇଁ ଜିଲ୍ଲାର ମେରାମୁଣ୍ଡୁଳି ଠାରେ ଥିବା ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଦ୍ୱାରା ଦୁଇଟି ନବନିର୍ମିତ ଶ୍ରେଣୀଗୃହ ଲୋକାର୍ପିତ ହୋଇଛି  । ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏବଂ ହିନେ୍ଦାଳ ବିଧାୟିକା ସିମାରାଣୀ ନାୟକ ଉଦଘାଟନୀ କରିଥିଲେ  । ମୁଖ୍ୟ ଅତିଥି  ଟାଟା ଷ୍ଟିଲ ଫାଉଣ୍ଡେସନର ଏହିଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାର ଆଖପାଖ ଗାଁରୁ ଏହି ବିଦ୍ୟାଳୟକୁ ଆସୁଥିବା ୨୦୩ ଜଣ ଛାତ୍ରଛାତ୍ରୀଙ୍କୁ ଏକ ଉନ୍ନତ ମାନର ଶିକ୍ଷ୍ୟଣୀୟ ପରିବେଶ ପ୍ରଦାନ କରିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ । ଏହି ବିଦ୍ୟାଳୟରେ ଅଧିକ ଛାତ୍ରଛାତ୍ରୀ ପଢିବା ପାଇଁ ଅତିରିକ୍ତ ଶ୍ରେଣୀଗୃହର ଆବଶ୍ୟକତାକୁ ପୂରଣ କରିବା ପାଇଁ ତଥା ଦୀର୍ଘସ୍ଥାୟୀ ପଦକ୍ଷେପ ସୁନିଶ୍ଚିତ କରି ଟିଏସଏଫ ତରଫରୁ ଏହି ନିର୍ମାଣ କାର୍ଯ୍ୟ କରାଯାଇଛି । ସ୍ୱଚ୍ଛ ଓ ସବୁଜ ଶକ୍ତିକୁ ପ୍ରୋସôାହିତ କରିବା ପାଇଁ ଟିଏସଏଫ ତରଫରୁ ୨ କିଲୋୱାଟ ବିଶିଷ୍ଟ ସୋଲାର ଶକ୍ତି ସଂଯୋଗ କରାଯାଇଛି । ବିଦ୍ୟାଳୟ ପରିସରକୁ ଆସୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିବା ପାଇଁ ୱାଟର ପୁ୍ୟରିଫାୟର ଲଗାଯାଇଛି ।