ସଂଗ୍ରାମ ସମିତିର ଚେତାବନୀ :ଗଳିପୋଲ କାମ ଶୀଘ୍ର ନ ସାରିଲେ ରେଳରୋକ୍
ବ୍ୟାସନଗର: ବନ୍ଦର ଦିନ ମଧ୍ୟରେ ଗଳି ପୋଲ ନିର୍ମାଣ ଶେଷ ନହେଲେ ରେଳରୋକ କରାଯିବ ବୋଲି ଚେତାବନି ଦେଇଛି କୋରେଇ ସଂଗ୍ରାମ ସମିତି । ସମିତିର ସଭାପତି ବିଦ୍ୟାଧର ମହାନ୍ତି, ଉପସଭାପତି ରାମଚନ୍ଦ୍ର ଦାଶ, ସାଧାରଣ ସମ୍ପାଦକ ଅଭିମନୁ୍ୟ ମିଶ୍ର, ପବିତ୍ର ରଞ୍ଜନ ମହାନ୍ତି, ମହେନ୍ଦ୍ର ମହାପାତ୍ର, ପରୀକ୍ଷିତ ମଲିକ ଓ ବିଦ୍ୟାଧର ଜେନା ପ୍ରମୁଖ ଡିଆରଏମଖୋର୍ଦ୍ଧାଙ୍କ ଉଦେ୍ଦଶ୍ୟରେ ଯାଜପୁର ରୋଡ ଏଡିଇଏନ୍ଙ୍କ ଜରିଆରେ ଏ ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଛି । ପ୍ରତିନିଧି ଦଳ ପ୍ରକାଶ କରିଛି କି, ଯଦି ୧୫ଦିନ ମଧ୍ୟରେ ଗୋପବନ୍ଧୁ ଛକ ସ୍ଥିତ ଗଳି ପୋଲ ନିର୍ମାଣ କାର୍ଯ୍ୟ ଶେଷ ନହୁଏ ରେଳରୋକ ଆନେ୍ଦାଳନ କରିବାକୁ ବାଧ୍ୟ ହେବେ । ଗଳି ପୋଲ ନିର୍ମାଣରେ କାଳ ବିଳମ୍ବ କରାଯାଉଥିବାରୁ ବ୍ୟାସନଗର ସହରବାସୀଙ୍କ ଦୁଃଖ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିଚାଲିଛି । କେନ୍ଦ୍ର ଓ ରାଜ୍ୟରେ ଥିବା ଡବଲଇଞ୍ଜିନ ସରକାର ତଥା ରେଳ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ତତ୍ୱାବଧାନରେ ବ୍ୟାସନଗର ସାଇ ମନ୍ଦିରରେ ଓଭରବ୍ରିଜ ଓ ଗୋପବନ୍ଧୁ ଛକରେ ଗଳି ପୋଲ ନିର୍ମାଣ କରିବା ସହରବାସୀଙ୍କୁ କଷ୍ଟ ଦେଉଛି ।