ମହିଳାଙ୍କ ମୃତ ଦେହ ଉଦ୍ଧାର ଘଟଣା ବର୍ଷକ ପରେ ଅଭିଯୁକ୍ତ ଗିରଫ 

 ବ୍ରହ୍ମପୁର: ଗତ ବର୍ଷ ନଭେମ୍ବର ୨୫ ତାରିଖ ରାତିରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି ଛକ ନିକଟରେ ଥିବା ବ୍ରହ୍ମପୁର ଲଜ୍ ଓ ଡୋର୍ମିଟୋରିରୁ ପୁଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ମେଡ଼ିକାଲ ପଠାଇଥିଲା । ମୃତ ମହିଳା ଜଣକ ହେଲେ ଅନ୍ଦ୍ରପ୍ରଦେଶର କୋନାପଲ୍ଲୀ କ୍ରୀଷ୍ଣାବେଣୀ ବୋଲି ଜଣାପଡିଥିଲା । ସେ କେରଳ ସାଜଦ ମଂଜÿୀଲ ପରିପାଲ୍ଲୀ ଥାନା ଅନ୍ତର୍ଗତ ଇଜିପୁରମ୍  ଗ୍ରାମର ସାମିଦମୋନ ଏଏସଙ୍କ ସହିତ ସ୍ୱାମୀ ଓ ସ୍ତ୍ରୀ ପରିଚୟ ଦେଇ ଲର୍ଡଜରେ ରହିଥିଲେ । ତେବେ ତାଙ୍କ ମୃତୁ୍ୟ ଉଦ୍ଧାର ପରେ ପୋଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦାନ୍ତ କରିଥିଲା । ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା  । ପୁଲିସ ତଦନ୍ତରେ କ୍ରିଷ୍ଣାକୁ ସାମିଦମୋନ ହିଁ ହତ୍ୟା କରିଥିବା ଜଣାପଡ଼ିଥିଲା । 
ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି  ତକôାଳୀନ ବୈଦ୍ୟନାଥପୁର ଥାନା ଅଧିକାରୀ ବାବା ଶଙ୍କର ସରଫ ଗତବର୍ଷ ଡିସେମ୍ବର ୧୨ତାରିଖରେ ହତ୍ୟାକାଣ୍ଡ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଚଳିତବର୍ଷ ସେପ୍ଟେମ୍ବର ୮ ତାରିଖରେ ଅଭିଯୁକ୍ତ ସାମିଦମୋନ ଏନଡ଼ିପିଏସ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ  କେରଳର ତ୍ରିସୁର ସ୍ଥିତ ଭିୟୁର ଜେଲରେ ରହିଥିବା ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ ଜାଣିବାକୁ ପାଇଥିଲା । ବ୍ରହ୍ମପୁର ପୁଲିସ ତାଙ୍କୁ ଏହି କେସରେ ଯୋଡ଼ିବା ପାଇଁ କେରଳ ସିଟିରେ ଥିବା ଜେଏମଏଫସି କୋର୍ଟରେ ରିମାଣ୍ଡ ଆବେଦନ କରିଥିଲା  । ଉକ୍ତ କୋର୍ଟ ଦୁଇଦିନିଆ ରିମାଣ୍ଡ ମଞ୍ଜୁରୀ କରିଥିଲେ । ସେହିକ୍ରମରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ଅଭିଯୁକ୍ତ ସାମୀଦମୋନକୁ ରିମାଣ୍ଡରେ ବ୍ରହ୍ମପୁର ଆଣି ପଚରାଉଚରା କରିଛି  । ୨୧ ତାରିଖରେ ରିମାଣ୍ଡ ସମୟ ଧାର୍ଯ୍ୟ ଶେଷ ହେବା ପରେ ପୁଲିସ ପୁଲିସ କେରଳ କୋର୍ଟରେ ହଜାର କରିବାକୁ କେରଳ କୋର୍ଟଙ୍କ ନିଦେ୍ର୍ଦଶ ରହିଛି । ବର୍ତ୍ତମାନ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ସାମିଦମୋନକୁ ଜେରା କରୁଥିଲେ ହେଁ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ କରିପାରିନଥିବା ଜଣାପଡିଛି । ବର୍ତ୍ତମାନ ତଦନ୍ତ ଜାରି ରହିଛି ରିମାଣ୍ଡ ଶେଷ ପୂର୍ବରୁ ଅଭିଯୁକ୍ତ ସ୍ୱାମୀଙ୍କ ଠାରୁ ବହୁତ କିଛି ତଥ୍ୟ ହାସଲ କରିବ ବୋଲି ପୁଲିସ ଆଶା ରଖିଛି  । ଘଟଣା ଘଟିବାର ଏକବର୍ଷ ପରେ ପୁଲିସ ଅଭିଯୁକ୍ତ ଚିହ୍ନଟ କରିବାରେ ସକ୍ଷମ ହୋଇଥିବା ବେଳେ ଏବେ  ପୁଲିସ ଅଭିଯୁକ୍ତକୁ ରିମାଣ୍ଡ ହତ୍ୟାପଛର ପ୍ରକୃତ କାରଣ ଖୋଜୁଥିବା ଜଣାପଡିଛି  ।  ତୁରନ୍ତ ହତ୍ୟାକାଣ୍ଡ ପଛର ପରଦା  ହଟିବ ବୋଲି ଏସପି ଡ଼ଃ ସର୍ବଣା ବିବେକ ଏକ କହିଛନ୍ତି ।