ଗଞ୍ଜେଇ ଜବତ, ୨ ଗିରଫ
ବରଗଡ଼ : ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କରିଛି ଅତାବିରା ପୁଲିସ ଗିରଫ ଅଭିଯୁକ୍ତ ଉତ୍ତରପ୍ରଦେଶର ବବି ଖାନ ଏବଂ ସମ୍ବଲପୁର ଧମା ଥାନା ଲରାସରାର ସୁଜିତ ସାହୁ ବୋଲି ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେମାନଙ୍କଠାରୁ ପୁଲିସ ୧୨୦ କେଜି ଗଞ୍ଜେଇ, ଛତିଶଗଡ ନମ୍ବର ଥିବା ଗୋଟିଏ କାର, ଦୁଇଟି ମୋବାଇଲ , ନଗଦ ୪୨ ଶହ ଟଙ୍କା ଜବତ କରିଛି । ତେବେ ଜବତ ଗଞ୍ଜେଇ ଛତିଶଗଡକୁ ଚାଲାଣ ହେଉଥିବା ପୁଲିସ କହିଥିବା ବେଳେ, ତାହା ପ୍ରକୃତରେ ଉତ୍ତରପ୍ରଦେଶ ଯାଉଥିବା ନେଇ ଅନୁମାନ କରାଯାଉଛି । ସେହିପରି ଅଭିଯୁକ୍ତଙ୍କଠାରୁ ଜବତ କାରର ନମ୍ବର ମଧ୍ୟ ନକଲି ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିଛି । ଅତାବିରା ପୁଲିସ କେସ ନମ୍ବର ୧୮୨ ଏନ୍ଡିପିଏସ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ବରଗଡ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ଏବଂ ଅତାବିରା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ସୂଚନା ଦେଇଛନ୍ତି ।