କୁକର୍ମ ପୀଡିତାଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ


 ।ା ପ୍ରଭାନୁ୍ୟଜ ।ା  ଢେଙ୍କାନାଳ : ଢେଙ୍କାନାଳ କଂଗ୍ରେସ ଜିଲ୍ଲା ସଭାପତି ସୁନୀଲ ଦାଶଙ୍କ ନେତୃତ୍ୱରେ ଢେଙ୍କାନାଳ କଂଗ୍ରେସର ଏକ ପ୍ରତିନିଧି ଦଳ ଭାପୁର ମହୁଲପାଞ୍ଜି ଗ୍ରାମର ଗଣକୁର୍କମ ପୀଡିତାଙ୍କୁ ଭେଟି ସ୍ଥିତି ସମୀକ୍ଷା କରିଛନ୍ତି । ପ୍ରତିନିଧି ଦଳ ପୀଡିତାଙ୍କର ଗ୍ରାମ ସ୍ଥିତ ଆଶ୍ରୟସ୍ଥଳୀ ପର୍ଯ୍ୟବେକ୍ଷଣ କରିବା ସହ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଏଥିସହିତ ନିକଟସ୍ଥ ପୁଲିସ ଫାଣ୍ଡିରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ଭେଟି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି କି ନାହିଁ, ସେ ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଏଆଇସିସି ସଦସ୍ୟା ତଥା ପିସିସି ଷ୍ଟିୟରିଂ କମିଟି ସଭ୍ୟା ସସ୍ମିତା ବେହେରାଙ୍କ ସମେତ ସମସୀଦା ତାୟେବ୍, ସ୍ମୀତାରାଣୀ ସାମଲ, ରୁମେନା ବେଗମ୍ ଏବଂ ଅନ୍ୟ ସଦସ୍ୟମାନେ ପୀଡିତାଙ୍କୁ ଜିଲ୍ଲା ସେବା ଗୃହ ଠାରେ ଭେଟି ତାଙ୍କୁ ନ୍ୟାୟ ପ୍ରଦାନ କରାଯିବା ନିମନ୍ତେ କଂଗ୍ରେସ ପକ୍ଷରୁ ସବୁ ପ୍ରୟାସ କରାଯିବ ବୋଲି ଆଶ୍ୱାସନା ପ୍ରଦାନ କରିଥିଲେ । ପୁଲିସ ପକ୍ଷରୁ ଉପଯୁକ୍ତ ଦଫା ଲଗାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହିତ ଫାଷ୍ଟ୍ଟ୍ରାକ୍ କୋର୍ଟରେ ବିଚାର କରାଯାଇ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦେବା ନିମନ୍ତେ କଂଗ୍ରେସ ଦାବି କରିଛି । ଏତଦ୍ ବ୍ୟତୀତ ଅସହାୟା ପୀଡିତା ତଥା ତାଙ୍କର ମାନସିକ ରୋଗରେ ପୀଡିତ ପିତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଆବଶ୍ୟକ ସୁରକ୍ଷା ନିମନ୍ତେ ପୁଲିସ ତରଫରୁ ବନେ୍ଦାବସ୍ତ କରାଯିବା ପାଇଁ ଦାବି କରାଯାଇଛି । ପୀଡିତା ଗର୍ଭବତୀ ଥିବାରୁ ତାଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ସହିତ ପ୍ରସବ ପରେ ଶିଶୁର ଲାଳନ ପାଳନର ବନେ୍ଦାବସ୍ତ ଏବଂ ଡିଏନଏ ପରୀକ୍ଷା କରାଯାଇ ଶିଶୁର ପିତାକୁ ଖୋଜି ବାହାର କରିବା ସରକାରଙ୍କର ଦାୟିତ୍ୱ ବୋଲି କଂଗ୍ରେସ ଗଣମାଧ୍ୟମ ଆଗରେ ଉପସ୍ଥାପିତ କରିଛି । ଏହା ସହିତ ପୀଡିତାଙ୍କ ପରିବାରକୁ ସାମାଜିକ ସୁରକ୍ଷା ନିୟମ ଅନୁଯାୟୀ ବାସଗୃହ ପ୍ରଦାନ ସହିତ ୨୦ ଲକ୍ଷ ଟଙ୍କା ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ କଂଗ୍ରେସ ମହିଳା ଶିଶୁକଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିକଟରେ ଦାବି କରିଛି । ଆଜି ଦଳରେ କଂଗ୍ରେସର ବରିଷ୍ଠ ନେତା ବେଣୁଧର ସାହୁ, ବିପ୍ରବର ସାହୁ, ଡାକ୍ତର ତୁଷାର କାନ୍ତି ନାୟକ, ମହମ୍ମଦ ଏର୍ସାଦ୍, ନୁରୁଲ୍ ଇସଲାମ୍, ସରୋଜ ସତପଥି, ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।