ଅରବିନ୍ଦ ବଜାର ଲଷ୍ମୀପୂଜା କମିଟି ବୈଠକ : ଶିଶିର ସଭାପତି, ପ୍ରଭାକର ସମ୍ପାଦକ 

ଢେଙ୍କାନାଳ :  ଢେଙ୍କାନାଳ ସହରର ୮ନଂ ୱାର୍ଡ ମହିଷାପାଟ ଅରବିନ୍ଦ ବଜାର ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ଅଧିବେଶନ ପୂଜାମଣ୍ଡପ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମା’ଙ୍କର ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା, ସୁନିଆରେ ମୂର୍ତ୍ତି ଗଢ଼ା ପାଇଁ ମାଟି ଅନୁକୂଳ କରିବା, ଚଳିତ ବର୍ଷର ଚାନ୍ଦା ନିର୍ଦ୍ଧାରଣ, ଆଲୋକ ସଜ୍ଜା, ମୂର୍ତ୍ତି ନିର୍ମାଣ ଏବଂ ପୂଜାପାଠ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ପୂଜା କମିଟିକୁ ସଭାପତି ଭାବରେ ଶିଶିର ଶତପଥି, ସଂପାଦକ ଭାବରେ ପ୍ରଭାକର ନାୟକ, ଉପସଭାପତି ଭାବେ ବିଜୟ କୁମାର ନାୟକ, କୋଷାଧ୍ୟକ୍ଷ ଭାବରେ ପ୍ରତାପ କୁମାର ନାୟକ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ବୈଠକରେ ପୂଜା କମିଟିର ପୂର୍ବତନ ସଂପାଦକ ଶିବାନନ୍ଦ ସ୍ୱାଇଁ, ପୂର୍ବତନ କୋଷାଧ୍ୟକ୍ଷ ଭଗବାନ ସେଠି, କର୍ତ୍ତା ବୀରେନ୍ଦ୍ର କୁମାର ସାମନ୍ତ, କୈଳାସ ଚନ୍ଦ୍ର ବେହେରା, ଅଦ୍ୱୈତ ଚରଣ ଭୋଇ, ପ୍ରସନ୍ନ ପଣ୍ଡା, ବିକାଶ ପଣ୍ଡା, ଅଥୟ ସାହୁ, ବାଇଧର ନାଏକ, ଆସୁତୋଷ ସାହୁ, ପ୍ରକାଶ ସ୍ୱାଇଁ ପ୍ରମୁଖ ସ୍ୱଚିନ୍ତିତ ମତ ଉପସ୍ଥାପନ କରିଥିଲେ । ଶେଷରେ ଅଥୟ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।