ଭିସାଷ୍ଟିଲ ପକ୍ଷରୁ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ
ବ୍ୟାସନଗର: କଳିଙ୍ଗନଗର ଭିସା ଷ୍ଟିଲ ପକ୍ଷରୁ ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଅଧ୍ୟାପକ ମଳୟ କୁମାର ମଲ୍ଲିକଙ୍କ ତତ୍ୱାବଧନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ଅଧ୍ୟକ୍ଷ ରନôାକର ଜେନା ଯୋଗଦେଇ ଭିସାଷ୍ଟିଲ ପକ୍ଷରୁ ଯୋଗ୍ୟ ବିବେଚିତ ଛାତ୍ରୀ ମୋନଲିସା ଜେନା, ଅନୁରାଧା ଦାଶ, ଅର୍ପିତା ପ୍ରିୟଦର୍ଶିନୀ ସାମଲ, ସାଗରିକା ଜେନା, ଗାୟତ୍ରୀ ସାହୁ, ଶିବାନୀ ସେଠୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମ, ସ୍ମୃତିରେଖା ସାହୁ, ଭାଗ୍ୟଶ୍ରୀଦାସ, ଲିସାରାଣି ସାମଲ, ସୁଶ୍ରୀ ସଙ୍ଗିତା ଦେଓ, ସୋନାଲିକା ଦାଶ, ଅଭିଲିପ୍ସା ସାମଲ ପ୍ରମୁଖଙ୍କୁ ପ୍ରଦତ ବୃତ୍ତିରାଶି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ଲିପ୍ସା ମିଶ୍ର, ମୁଖ୍ୟ କିରାଣୀ ପ୍ରଦୀପ କୁମାର ପରିଡା, ଡିଇଓ ଦୁର୍ଗାବତୀ ସ୍ୱାଇଁ, କବିତା କଲ୍ଲୋଳିନୀ ସିହ୍ନା ପ୍ରମୁଖ କାର୍ଯ୍ୟକ୍ରମକୁ ସଞ୍ଚାଳନା କରିଥିଲେ ।