ମହିଳାଙ୍କ ଦ୍ୱାରା ମସଲା ପ୍ରସ୍ତୁତି ଓ ବିକ୍ରୟ ଉଦ୍ୟୋଗ ପ୍ରତିଷ୍ଠା
JAJPUR NEWS

କଳିଙ୍ଗନଗର : ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ଗ୍ରାମ୍ୟ ମହିଳାମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରି "ସଂଜୀବନୀ’ ନାମରେ ଏକ ଶୁଦ୍ଧ ମସଲା ପ୍ରସ୍ତୁତି ପ୍ରତିଷ୍ଠାନ ଏବଂ ବିକ୍ରୟକେନ୍ଦ୍ର ଯଖପୁରା ଗ୍ରାମରେ ପ୍ରତିଷ୍ଠିତ କରିଛି । ଯଖପୁରା ଏବଂ ଏହାର ନିକଟସ୍ଥ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଜିନ୍ଦଲ କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମସଲା ଉଦ୍ୟୋଗର ସମସ୍ତ କାର୍ଯ୍ୟ ନିଜେ ସମ୍ପାଦନ କରିବା ସହିତ ନିଜର ଜୀବିକା ନିର୍ବାହ କରିପାରୁଛନ୍ତି ଓ ବର୍ତମାନ ପରିପ୍ରେକ୍ଷୀରେ ‘ସଂଜୀବନୀ’ହଳଦୀଗୁଣ୍ଡ ଏବଂ ଲଙ୍କାଗୁଣ୍ଡ ପ୍ରସ୍ତୁତ କରି ଲୋକଙ୍କ ନିକଟରେ ବିଶୁଦ୍ଧ ମସଲା ପହଁଚାଇବାର ପ୍ରଚେଷ୍ଟା ଜାରି ରଖିଛି । କନ୍ଧମାଳ ଜିଲାର ଦାରିଙ୍ଗିବାଡ଼ି ଅଞ୍ଚଳର ଚାଷୀମାନଙ୍କ ନିକଟରେ ପହଁଚି ଖଣ୍ଡହଳଦୀ ସଂଗ୍ରହ କରିବା ସହିତ ସେଗୁଡିକୁ ଉପଯୁକ୍ତ ପ୍ରକ୍ରିୟାକରଣ ମାଧ୍ୟମରେ ପରିସ୍କାର କରାଯାଇ ଚକି ସାହାଯ୍ୟରେ ଗୁଣ୍ଡ କରାଯିବା ସହିତ ସମ୍ପୂର୍ଣ ସ୍ୱଚ୍ଛତା ଅବଲମ୍ବନ କରି ପ୍ୟାକେଜିଙ୍ଗ କରାଯାଇ ବଜାରରେ ବିକ୍ରି କରାଯାଉଅଛି ଓ ସେହିପରି ଲଙ୍କାଗୁଣ୍ଡ ପାଇଁ ସମ୍ବଲପୁର ଜିଲାର କୁଚିଣ୍ଡା ଅଞ୍ଚଳରୁ ଲଙ୍କା ସଂଗ୍ରହ କରାଯାଇ ଉପଯୁକ୍ତ ପ୍ରଣାଳୀରେ ପ୍ରକ୍ରିୟାକରଣ କରିବା ସହିତ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରି ଚକି ସାହାଯ୍ୟରେ ଗୁଣ୍ଡ କରାଯାଇ ପରିବେଶ ଅନୁକୂଳ ପ୍ୟାକେଟରେ ପ୍ୟାକିଂ କରାଯାଇ ବିକ୍ରି କରାଯାଉଛି ଓ ସଞ୍ଜୀବନୀର ଏହି ମସଲା ସରକାରଙ୍କ ଦ୍ୱାରା ପଞ୍ଜିକୃତ ପରୀକ୍ଷାଗାରରୁ ପରୀକ୍ଷଣ କରାଯାଇ ଓଡିଶା ସରକାରଙ୍କ ବିଭାଗରେ କାର୍ଯ୍ୟ କରୁଥିବା ଖାଦ୍ୟ ସୁରକ୍ଷ୍ୟା ବିଭାଗ ତରଫରୁ ସିଏସଆର ଓ ପ୍ରମାଣପତ୍ର ହାସଲ କରିଛି । ଜିଲାର ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ମାନେ ବିଭିନ୍ନ ସମୟରେ ପରିଦର୍ଶନରେ ଆସି ‘ସଂଜୀବନୀ’ର ଗୁଣବତା ପରୀକ୍ଷା ନିରୀକ୍ଷା କରିଥାନ୍ତି ଓ ସ୍ଥାନୀୟ ସ୍ୱୟଂ ସହାୟକ ଦଳର ମହିଳାମାନଙ୍କର ପ୍ରଶଂସନୀୟ ପଦକ୍ଷେପ ଯୋଗୁଁ ଏହି ସଂଜୀବନୀ ହଳଦୀ ଏବଂ ଲଙ୍କାଗୁଣ୍ଡ ପ୍ରାୟତଃ ୬୦୦ ସ୍ଥାନୀୟ ପରିବାରଙ୍କର ପ୍ରିୟଭାଜନ ହେବା ସହିତ ଦିନକୁ ଦିନ ଏହାର ଆଦୃତତା ପରିବ୍ୟାପ୍ତ ହେବାରେ ଲାଗିଛି ଓ ନିକଟରେ ଏହି "ସଂଜୀବନୀ’ ମସଲା ଉଦ୍ୟୋଗର ସଂଶ୍ଲିଷ୍ଟ ଥିବା ମହିଳାମାନେ ସଂଜୀବନୀ ଜୀରା ଏବଂ ସଂଜୀବନୀ ଧନିଆ ଗୁଣ୍ଡ ବଜାରକୁ ଛାଡିବାର ଲକ୍ଷ ରଖିଛନ୍ତି । ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କର ନିଷ୍ଠାପର ଉଦ୍ୟମ ଏବଂଜିନ୍ଦଲ ସିଏସଆର କର୍ତୃପକ୍ଷଙ୍କ ସମୟୋପଯୋଗୀ ସହଯୋଗ ଆଜି "ସଂଜୀବନୀ’ମସଲା ଉଦ୍ୟୋଗକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିପାରିଛି ଓ ଆଗାମୀ ଦିନରେ ଏହି ଉଦ୍ୟୋଗ ନିର୍ମିତ ଉତ୍ପାଦଗୁଡିକୁ ଘରେ ଘରେ ପହଁଚାଇବା ସହିତ ଅଧିକ ସଂଖ୍ୟାର ଆର୍ଥôକ ଅନଗ୍ରସର ମହିଳାମାନଙ୍କୁ ଉଦ୍ୟୋଗରେ ସାମିଲ କରାଇ ସେମାନଙ୍କ ପାଇଁ ଏକ ଦୀର୍ଘସ୍ଥାୟୀ ରୋଜଗାରର ଉତ୍ସ ସୃଷ୍ଟି କରାଯିବ ବୋଲି ଜିନ୍ଦଲ ସିଏସଆର ବିଭାଗର ମୁଖ୍ୟ ସୁକାନ୍ତ କୁମାର ରଥ ମତ ବ୍ୟକ୍ତ କରିଛନ୍ତ