ସଲା ସୁତୁରାରେ ଚୁକ୍ତି ଭିତ୍ତିକ ନିଯୁକ୍ତି ମସୁଧା
ଯାଜପୁର ସଦର: ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ନୀତିର ଗନ୍ଧ ଧୀରେ ଧୀରେ ମହକୁ ଥିବା ବେଳେ ବିଭାଗୀୟ ଅଧିକାରୀ ମୋଟା ଅଙ୍କର ନିଯୁକ୍ତି ପାଇଁ ଅଡ଼ି ବସିଛନ୍ତି । ସରକାର ବଦଳିବାର ୧ବର୍ଷ ପରେ ଅଧିକାରୀ ମାନଙ୍କ ପୁରୁଣା ଆଦତ୍ ଏପର୍ଯ୍ୟନ୍ତ ଯାଇନଥିବା ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ଚାରିକାନ୍ଥ ମଧ୍ୟରେ ଚର୍ଚ୍ଚା ହେଉଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଡ଼ିଡ଼ବ୍ଲୁଓ ବିଭାଗ ପକ୍ଷରୁ କୈାଣସି ବିଜ୍ଞାପନ ନଥାଇ ଏକ ଆଉଟ ସୋର୍ସିଙ୍ଗ ସଂସ୍ଥା (ସିଲିକନ୍ ଇନଫୋସିସ୍) ପକ୍ଷରୁ ଚୁକ୍ତିଭିତିକ କର୍ମଚାରୀ ନିଯୁକ୍ତି ନିମନ୍ତେ ତିନି ଗୋଟି ପ୍ରାର୍ଥୀଙ୍କ ନାମ ବିଭାଗୀୟ ଅଧିକାରୀଙ୍କ ପାଖକୁ ପଠାଯାଇଥିଲା । ଓଡ଼ିଶାର ତିରିଶ ଜିଲ୍ଲା ମାନଙ୍କରେ ଏପରି ଚୁକ୍ତିଭିତିକ କର୍ମଚାରୀ ନିଯୁକ୍ତି ନିମନ୍ତେ ବିଜ୍ଞାପନ ମାଧ୍ୟମରେ ପ୍ରଚାର ପ୍ରସାର ହେଉଥିବା ବେଳେ, ଯାଜପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ।
ସରକାରଙ୍କ ବିଭିନ୍ନ ବିଭଗରେ ନିଯୁକ୍ତି ନିମନ୍ତେ ପ୍ରାର୍ଥୀ ଚୟନ ଆଉଟ ସୋର୍ସିଙ୍ଗ ସଂସ୍ଥା ବିଜ୍ଞାପନ ମାଧ୍ୟମରେ ହେଉଥିବା ବେଳେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଘଟିଥିଲା । ଯେଉଁ ତିନି ଜଣ ପ୍ରାର୍ଥୀଙ୍କ ନାମ ବିଭାଗୀୟ ଅଧିକାରୀଙ୍କ ପାଖକୁ ପଠାଯାଇଛି, ତାହା କିପରି ବିନା ବିଜ୍ଞାପନରେ ସମ୍ଭବ ବୋଲି ପ୍ରାର୍ଥୀ ମଧ୍ୟରେ ଆଲୋଚନାର ବିଷୟବସ୍ତୁ ପାଲଟିଛି । ଧିରେନ୍ଦ୍ର କୁମାର ନାୟକ ପ୍ରାର୍ଥୀ ଏସମ୍ପର୍କିତ ଏକ ଲିଖିତ ଅଭିଯୋଗ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।