କରଦା ଦଧିବାମନଜୀଉ ମେଲଣ ଉଦ୍ୟାପିତ

ପାଣିକୋଇଲି : କୋରେଇ ବ୍ଲକ ଅନ୍ତର୍ଗତ କରଦା ଦଧିବାମନ ଜୀଉ ମେଲଣ ଉଦ୍ୟାପିତ ହୋଇଛି । ପଥରପଦା ମଦନ ମୋହନ ଜୀଉ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଗୋପାଳପୁର ଗୋପିନାଥ ଜୀଉ ଭଜନ ସନ୍ଧ୍ୟା ଦର୍ଶକଙ୍କୁ ବିମୋହିତ କରିଥିଲା । ମଠ ଦାଣ୍ଡରୁ ଥାନପତି ଦଧିବାମନ ଜୀଉ ବିଜେ କରିଥିବା ବେଳେ କରଦା ମଦନମୋହନ ଜୀଉ ଓ ସୁଅାଁସାହି ରାଧାକୃଷ୍ଣ ଜୀଉ ବିଜେ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ଦଧବବାମନ ଜୀଉ ମେଲଣ କମିଟି ପକ୍ଷରୁ ସମସ୍ତ ବିମାନ ଠାକୁରଙ୍କୁ ଭୋଗ ଲାଗି କରାଯିବା ସହ ବିଦାକି ଦିଆଯାଇଥିଲା ।