ବାତ୍ୟା "ମୋନ୍ଥା’ର ମୁକାବିଲା ପାଇଁ ଟିପିଏସ୍‌ଓଡିଏଲର ପ୍ରସ୍ତୁତ

ଜରୁରୀକାଳୀନ ପରିସ୍ଥିତି ପାଇଁ ୬ଟି ମୋବାଇଲ ସବଷ୍ଟେସନର ବ୍ୟବସ୍ଥା

 ବ୍ରହ୍ମପୁର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ମୋନ୍ଥା'କୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌) ତତ୍ପରତା ଦେଖାଇଛି । ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ସହ ବିଦ୍ୟୁତ ସରବରାହରେ ବାଧାବିଘ୍ନକୁ ହ୍ରାସ କରିବା ପାଇଁ କମ୍ପାନୀ ପକ୍ଷରୁ ଏକ ବ୍ୟାପକ ବ୍ୟବସାୟ ନିରନ୍ତରତା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମପି) ପ୍ରସ୍ତୁତ କରାଯାଇଛି । ବିଭିନ୍ନ ସ୍ତରର ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଟିପିଏସ୍‌ଓଡିଏଲର ବିସିଡିଏମପି ଯୋଜନା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଏକ ଉତ୍ସର୍ଗୀକୃତ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ରହିଛି  ।  ଟିପିଏସ୍‌ଓଡିଏଲ୍‌ ଉଭୟ ବିତରଣ ଏବଂ ପ୍ରାଇମେରୀ ସବ୍‌-ଷ୍ଟେସନର ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ କରିଛି । ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେଲେ ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିବା ପାଇଁ ଟ୍ରାନ୍ସଫର୍ମର ଏବଂ ସୁଇଚ ଗିୟର ସମେତ ଅତ୍ୟାବଶ୍ୟକ ସ୍ପେୟାର ପାର୍ଟସ, ଉପକରଣଗୁଡ଼ିକୁ ମହଜୁଦ ରହିଛି । ଜରୁରୀକାଳୀନ ସେବାକୁ ନିରନ୍ତର ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପିଏସ୍‌ଓଡିଏଲର ସ୍ୱତନ୍ତ୍ର ଟିମ୍‌ ପ୍ରସ୍ତୁତ ରହିଛନ୍ତି ।

   ଟିପିଏସ୍‌ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, "ଭାରତୀୟ ପାଣିପାଗ ବିଭାଗ ବାତ୍ୟା 'ମୋନ୍ଥା'ର ପୂର୍ବାନୁମାନ କରିବା ପରେ ଆମ ଟିମ୍‌ ଏହି ଜଟିଳ ସମୟରେ ବିଜୁଳି ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି । ସମ୍ଭାବ୍ୟ କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ଆମେ ସରକାରୀ ଏଜେନ୍ସି ଏବଂ ବିପର୍ଯ୍ୟୟ ପରିଚାଳନା ଟିମ୍‌ ସହିତ ମିଶି କାମ କରୁଅଛୁ । ୨୪ ଘଣ୍ଟିଆ ଟୋଲ୍‌ ଫ୍ରି ହେଲ୍ପଲାଇନ୍‌ ନମ୍ବର: ୧୯୧୨ କିମ୍ବା ୧୮୦୦-୨୦୨୬ରେ ଯୋଗାଯୋଗ କରି ବିଜୁଳି ସମ୍ବନ୍ଧୀୟ କୌଣସି ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ଜଣାଇବାକୁ ଉପଭୋକ୍ତାଙ୍କୁ ଅନୁରୋଧ କରିଛି ଟିପିଏସ୍‌ଓଡିଏଲ୍‌ । ଯେକୌଣସି ବିଜୁଳି ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ କମ୍ପାନୀ ଏହାର ପରିସରଭୁକ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ୱତନ୍ତ୍ର ତ୍ୱରିତ-ରେସପନ୍ସ ଟିମ୍‌ ନିୟୋଜିତ କରିଛି ।