ଅନ୍ତରପଡା ବିଦ୍ୟାଳୟର ବାର୍ଷିକୋତ୍ସବ 

 ବୁଗୁଡା: ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ଗ୍ରାମସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୧୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏସ୍ଏମସି ସଭାନେତ୍ରୀ ରଞ୍ଜୁଲତା ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ମୁଖ୍ୟବକ୍ତା ଭାବେ ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ , ସମ୍ମାନିତ ଅତିଥି ଭାବେ ତାଳସାକର ୟୁପିଏସ୍ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ, ଅବସରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧୁସୂଦନ ପ୍ରଧାନ, ସିଆରସିସି ଶର୍ମିଷ୍ଠା ଜେନା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କ ସମେତ ଚମ୍ପିଆନ୍ ପ୍ରିୟାଂଶୁ ସ୍ୱାଇଁଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିବାବେଳେ ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ଖାଡ଼ଙ୍ଗାଙ୍କୁ ମଧ୍ୟ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ  ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ ଉତ୍ସବର ପ୍ରାରମ୍ଭରେ ଶିକ୍ଷୟିତ୍ରୀ ସ୍ୱାଗତିକା ଦାଶ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶେଷରେ ଶିକ୍ଷୟିତ୍ରୀ ଲୋପାମୁଦ୍ରା ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।