ବଳରାମପୁର-ଡଙ୍କାରୀ ରାସ୍ତା: ଲଘୁଚାପ ବର୍ଷାରେ ପୋଖରୀର ଭ୍ରମ
ରାଜକନିକା : ରାଜକନିକା ବ୍ଲକ ଅନ୍ତର୍ଗତ ବଳରାମପୁର ଠାରୁ ଡଙ୍କାରୀ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି ଅସରାଏ ବର୍ଷାରେ ଜାଗା ଜାଗା ପୋଖରୀର ଭ୍ରମ ସୃଷ୍ଟି କରୁଛି । ପ୍ରତ୍ୟକ ଦିନ ଦୁଇଟି ପଞ୍ଚାୟତ ର ପାଞ୍ଚଶହ ଲୋକ ଯାତାୟତ ପାଇଁ ନିର୍ଭର କରୁଥିବା ଏହି ରାସ୍ତା ରେ ଭାରୀଯାନ ଓ ଟ୍ରାକ୍ଟର ଚଳ ପ୍ରଚଳ କରିବା ଦ୍ୱାରା ଏହା ଭାଙ୍ଗି ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି ଯାହା ଫଳରେ ଅସରାଏ ବର୍ଷା ହେଲେ ଆଣ୍ଠୁଏ ଉପରେ ପାଣି ଜେମିରହୁଛି ରାସ୍ତା ଜାଣି ନପାରି ଅନେକ ଲୋକ ଦୁର୍ଘଟଣା ର ଶିକାର ହଉଛନ୍ତି । ଜଳ ନିଷ୍କାସନ ର କୌଣସି ସୁବିଧା ନଥିବାରୁ ଏହି ଜଳ ବର୍ଷା ପରେ ଦୀର୍ଘ ଦିନ ଜମି ରହି ପୋକ ମାଛି ଜନ୍ମ ହେବା ସହ ମଶାଙ୍କ ଦାୟୁରୁ ମଧ୍ୟ ସ୍ଥାନୀୟ ଲୋକ ନିସ୍ତାର ପାଉ ନାହାଁନ୍ତି । ପାଣି ଜମି ରହିବା ଦ୍ୱାରା ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ତବେ ଏନେଇ ବାରମ୍ବାର ସ୍ଥାନୀୟ ଲୋକ ଅଭିଯୋଗ କଲେବି ବ୍ଲକ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ବର୍ଷା ଦିନ ଆରମ୍ଭ ହୋଇଯିବା ଯୋଗୁଁ ସ୍ଥାନୀୟ ଲୋକ ଓ ପଥଚାରୀଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି । ପ୍ରାଥମିକସ୍ତରରେ ତୁରନ୍ତ ଏହି ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବି ହୋଇଛି ।