ହ୍ମପୁରର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
ବ୍ରହ୍ମପୁରର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଯନ୍ତ୍ରୀ ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ଏକକାଳୀନ ୪ଟି ସ୍ଥାନରେ ଚଢାଉ ଜାରି ।ସେହିପରି ଗତକାଲି ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଛାପା ମାରିଥିଲା ଭିଜିଲାନ୍ସ । ଜବତ ହୋଇଥିଲା କୋଟି କୋଟି ଟଙ୍କା । ଏଥିସହିତ ପୁରୀ ଓ ଅନୁଗୁଳରୁ ୭ଟି ପ୍ଲଟ୍ ଓ ୪ଟି ଫ୍ଲାଟ୍ ଠାବ ହୋଇଛି । ବାବୁଙ୍କ ଘରେ ଟଙ୍କା ଗଣି ଗଣି ଭିଜିଲାନ୍ସ ଅଧିକାରୀ ହାଲିଆ ହେଲେ ପଛେ ଟଙ୍କା ଗଣା ସରିପାରି ନଥିଲା । ଶେଷରେ ଟଙ୍କା ଗଣା ମେସିନ ଲାଗିଥିଲା । ଆଉ ଗୋଟିଏ ପଟେ ଝରକା ଖୋଲି ବିଡ଼ା ବିଡ଼ା ଟଙ୍କା ଫୋପାଡ଼ି ଦେଇଥିଲେ ଲାଞ୍ଚୁଆ ବାବୁ । ହାତରେ ମେଞ୍ଚା ମେଞ୍ଚା ଟଙ୍କାକୁ ବିକଳରେ ଫୋପାଡ଼ି ଦେଇଥିଲେ । ଘରେ ଏତେ ଟଙ୍କା ଥିଲା ଯେ, ଆଜବେଷ୍ଟସ୍ ଉପରକୁ କୋଟି କୋଟି ଟଙ୍କା ଫୋପାଡ଼ି ଦେଇଥିଲେ ।