ଅସ୍ତ୍ର କାରଖାନା ଠାବ ୩ ଗିରଫ
ଭୁବନେଶ୍ୱର : ବେଆଇନ୍ ଦେଶୀ ଅସ୍ତ୍ର କାରଖାନା ଠାବ କରି ସ୍ପେଶିଆଲ ସ୍କ୍ୱାର୍ଡ଼ ୩ ଅପରାଧିଙ୍କୁ ଗିରଫ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇଁ ଦଶପଲା ପୁଲିସ୍ ସହଯୋଗରେ ସ୍ପେଶିଆଲ ସ୍କ୍ୱାର୍ଡ଼ ପକ୍ଷରୁ ଚଢ଼ାଉ କରାଯାଇଥିଲା । ବେଆଇନ୍ ଅସ୍ତ୍ରଶସ୍ତ୍ର କାରଖାନା ଠାବ କରିବା ସହ ସେଠାରେ ଗୋଟିଏ ଦେଶୀ ପିଷ୍ଟଲ ଓ ଦେଶୀ ବନ୍ଧୁକ ସମେତ ଅନେକ ମାରଣାସ୍ତ୍ର ଜବତ ହୋଇଛି । ଏଥିରେ ସଂପୃକ୍ତ ୩ ଜଣଙ୍କୁ ପୁଲିସ୍ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।