ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

 ବଲାଙ୍ଗିର :  ବଲାଙ୍ଗିର ମାରୱାଡ଼ି ସେବା ସଦନ ଠାରେ ବଲାଙ୍ଗିର ଲାଏନ୍ସ କ୍ଲବର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । କ୍ଲବ ସଭାପତି ଆଲୋକ ଅଗ୍ରୱାଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ସୌରଭ ଅଗ୍ରୱାଲ ସଂପାଦକୀୟ ଅଭିଭାଷଣ ରଖିଥିଲେ । ଡ଼ାକ୍ତର ଦୁର୍ଗେଶ ନନ୍ଦିନୀ ବିଶ୍ୱାଳ, ଚରଣ ଜିତ ସିଂହ ଦ୍ୱାରା ଅନୁଷ୍ଠାନର ନୂତନ ଦାୟିତ୍ୱ ଗ୍ରହଣ କରିଥିବା କର୍ମକର୍ତ୍ତାଙ୍କୁ ଶପଥ ପାଠ କରିଥିଲେ । ସଭାପତି ପ୍ରଦୀପ ଷଡ଼ଙ୍ଗୀ, ଆଶୁତୋଷ ପୁରୋହିତ, ପ୍ରଦୀପ ସାହୁ, ବିବେକ ଗୋୟଲ ସମେତ ସେମାନଙ୍କ ନେତୃତ୍ୱରେ ରହିଥିବା ଦଳର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଦୀପ ବଂଶଲ୍ ଯୋଗ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବିକେ ବେହେରା, ପ୍ରମୋଦ ବେହେରା ଯୋଗ ଦେଇ କ୍ଲବ ସଂପର୍କରେ ନିଜର ମତ ରଖିଥିଲେ । ଏହି ଅବସରରେ  ବିଭିନ୍ନ ବର୍ଗର ଶ୍ରେଷ୍ଠ ଲୋକଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସମ୍ପାଦକ ଲୋକନାଥ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।