ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ସ୍ବାମୀ ଗିରଫ

ସ୍ତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ନାଲ୍କୋ ଥାନା ଅଞ୍ଚଳର ଦୀପୁ ସାହୁ (୨୫)ଙ୍କୁ ଶନିବାର ପୋଲିସ ଗିରଫ କରିଛି। ୨ ବର୍ଷ ତଳେ ଦୀପୁ ପ୍ରେମ ବିବାହ କରିଥିଲେ। କିଛିଦିନ ହେଲା ଯୌତୁକ ଦାବିକୁୁ ନେଇ ଦମ୍ପତିଙ୍କ ଭିତରେ ବିବାଦ ଲାଗି ରହିଥିଲା। ଦିପୁଙ୍କ ସ୍ତ୍ରୀ ବାପଘରକୁ ଫେରିଆସିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଦୀପୁ ସ୍ତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଅଭିଯୋଗ ପାଇ ଥାନା ଅଧିକାରୀ ଗଙ୍ଗାଧର ବେହେରା ଓ ଏଏସ୍ଆଇ ସୁବ୍ରତ କୁମାର ପାଢ଼ୀ ଛତିଶଗଡରୁ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ଗଙ୍ଗାଧର ସୂଚନା ଦେଇଛନ୍ତି।