ବରିଷ୍ଠ ନାଗରିକଙ୍କ ମଧ୍ୟରେ ପ୍ରତିଯୋଗିତା 

ମାଲକାନଗିରି:ବରିଷ୍ଠ ନାଗରିକଙ୍କ ମଧ୍ୟରେ ପ୍ରତିଯୋଗିତା ଓ ସମ୍ବର୍ଦ୍ଧନା ଜଣାଇ ଭିନ୍ନ ଶୈଳୀରେ ଯୁବଗୋଷ୍ଠୀ ପାଳିଲେ ଜିରୋ ନାଇଟ । ମାଲକାନଗିରି ଜିଲ୍ଲା ସଦରରେ ଥିବା ରିକ୍ଲାମେସନ୍ କଲୋନୀରେ ରିକ୍ଲାମେସନ୍ ରାଇଜିଂ କ୍ଳବ ଆନୁକୂଲ୍ୟରେ ୨୦୨୪ ବିଦାୟ ଓ ୨୦୨୫ ନୂତନ ବର୍ଷ କୁ ସ୍ୱାଗତ ନିମନ୍ତେ ଜିରୋ ନାଇଟ୍ ଉସôବ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରିକ୍ଲାମେସନ୍ କଲୋନୀର ମହିଳା ମାନଙ୍କ ଦ୍ୱାରା ଝୋଟି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଏବଂ ସନ୍ଧ୍ୟା ସମୟରେ ରିକ୍ଲାମେସନ୍ କଲୋନୀର ସମସ୍ତ ବରିଷ୍ଠ ନାଗରିକ ଓ ୪୦ ଜଣ ଅବସର ପ୍ରାପ୍ତ  ବରିଷ୍ଠ ନାଗରିକଙ୍କୁ ସାଲ ଓ ପୁଷ୍ପ ଗୁଚ୍ଛ ଦିଆଯାଇଛି ସମ୍ବିର୍ଦ୍ଧିତ କରାଯାଇଥିଲା । ସେମାନଙ୍କର ସମାଜ ଓ ନିଜ ଅଞ୍ଚଳ ପ୍ରତି ଅବଦାନ କୁ ସ୍ମରଣ କରା ଯାଇ ଅନୁଭୁତି କୁ ମନେ ପକାଇଥିଲେ । ରିକ୍ଲାମେସନ୍ କଲୋନୀର କୁନି କୁନି ଛୁଆଙ୍କ ଦ୍ୟାରା ନୃତ୍ୟ ସଂଗୀତ ବୁଗି ୱଗି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଝୋଟି ପ୍ରତିଯୋଗିତା ଓ କୁନି କୁନି ଛୁଆଙ୍କ ଦ୍ୱାରା ନୃତ୍ୟ ସଂଗୀତ ବୁଗି ୱଗିରେ ଅଂଶଗ୍ରହଣ କରିଥିବା ସମସ୍ତ ମା’ ମାଉସୀ ଭଉଣୀ, କୁନି କୁନି ଛୁଆଙ୍କୁ ରିକ୍ଲାମେସନ ରାଇଜିଂ କ୍ଲବ ପକ୍ଷ୍ୟରୁ ପୁରସ୍କାର ପ୍ରଦାନ କରାଯାଇଥିଲା  । ଉକ୍ତ କାର୍ଯକ୍ରମରେ ରିକ୍ଲାମେସନ ରାଇଶିଂ କ୍ଲବ ସଭାପତି ମନୋଜ କୁମାର ସାହା, ସମ୍ପାଦକ କେ ରାହୁଲ କୋଷାଧ୍ୟକ୍ଷ ବିକାଶ କୁମାର ଦାସ , ମୁଖ୍ୟଉପୋଦେଷ୍ଟା ଲକ୍ଷ୍ମୀ ନାରାୟଣ ସେଠୀ, ଉପୋଦେଷ୍ଟା ତପନ କୁମାର ବିଶ୍ୱାସ, ଲକ୍ଷ୍ମୀନାଥ ମହାରଣା, ବାବଲୁ ଭଟ୍ଟାଚାର୍ଯ୍ୟ, ପ୍ରଶାନ୍ତ କୁମାର ଶତପଥି ,ଏଜ୍ଜକୁଟିଭ ମେମ୍ବର ସୁବ୍ରତ ଗନ୍ତାୟତ, ସତ୍ୟଜିତ ଗୌଡ଼, ବାଦଲ ଦେବନାଥ, ବଳରାମ ଶୁଣାଣି,ସଞ୍ଜୀବ ପାଣିଗ୍ରାହୀ, ସୂର୍ୟା ରେଡ୍ଡୀ, ପ୍ରମୁଖ ଉପସ୍ଥିତ ଥିଲେ  । ଏହି କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲିଥିଲା ।