୬ ମାଓବାଦୀ ଗିରଫ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ୬ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ଯବାନ । ସୂଚନା ଅନୁଯାୟୀ ଛତିଶଗଡର ବିଜାପୁର ଜିଲ୍ଲାର ବାସାଗୁଡ଼ା ଥାନା ଅଞ୍ଚଳର ମାଲେପାଲି ଜଙ୍ଗଲରେ ଡିଆରଜି ଏବଂ କୋବ୍ରା-୨୧୦ର ଯବାନ ମିଳିତ ତଲାସି ଅଭିଯାନ ବେଳେ ଦୁଇ ମହିଳା ନକ୍ସଲ ସମେତ ଛଅ ଜଣ ସକ୍ରିୟ ମାଓବାଦୀଙ୍କୁ ଗିରଫ କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୁଣ୍ଡରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା ଥିଲା । ଗିରଫ ମାଓବାଦୀଙ୍କ ନିକଟରୁ ଟିଫିନ୍ ବୋମା, ଡେଟୋନେଟର, କର୍ଡେକ୍ସ ତାର, ବିଦୁ୍ୟତ୍ ଫୁ୍ୟଜ୍ ତାର, ମାଟି ଖୋଳିବା ଉପକରଣ ଏବଂ ମାଓ ସହିଦ ସପ୍ତାହ ସହିତ ଜଡିତ ପ୍ରଚାର ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।