ସୀମାନ୍ତରେ ମାଓବାଦୀ ନିହତ
ମାଲକାନଗିରି : ମାଲକାନଗିରି ସିମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଯେଉଁଠି ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ହାଡକୋର ମାଓବାଦୀ ନିହତ । ମୃତ ମାଓବାଦୀ ହେଉଛନ୍ତି ପିଏଲଯିଏ ବାଟାଲିୟନ ନମ୍ବର ୧ର ଡେପୁଟି କମାଣ୍ଡର ସୋଡି କନ୍ନା ଓରଫ ପଦନାମ । ପଦନାମ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ନେଶନାଲ ପାର୍କ ଜଙ୍ଗଲରେ ମାଓବାଦୀ ମାନେ ଏକ ଶିବିର କରି ରହିଥିବା ନେଇ ପୁଲିସର ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି, ସିଆରପିଏଫ ଓ ଏସଟିଏଫର ଯବାନ ମାନେ ସେଠାରେ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଯବାନଙ୍କୁ ଏହି ସଫଳତା ମିଳିଛି । ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ସୁଚନା ଦେଇଛନ୍ତି ।