ବରିଷ୍ଠଙ୍କ ପାଇଁ ୧୦ ମିଟରର କେକ୍
ମାଲକାନଗିରି : ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ପହିଲି ରଜ ଉପଲକ୍ଷେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ପଞ୍ଚାୟତର ସରପଞ୍ଚ କାନାମ ରାଜୁ ନାୟକ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା ବୟସ୍କ ଓ ବୟସ୍କାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଦୀର୍ଘ ୧୦ମିଟର (୧୦୦କେଜି)ର କେକ ତିଆରି କରି ପୁଣି ଚର୍ଚ୍ଚାରେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମାଥିଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାଥିଲି ଜିଲ୍ଲା ପରିଷଦ ଜୋନ-୩ର ସଭ୍ୟା ସସ୍ମିତା ମାଝୀ, ସମିତି ସଭ୍ୟ ତଥା ଯୁବ ନେତା ବାଲରାଜୁ କୋପେ ଓ ପୂର୍ବତନ ବ୍ଲକ ଅଧକ୍ଷ ସ୍ମୃତି ରଞ୍ଜନ ଯୋଗ ଦେଇଥିଲେ । ପଞ୍ଚାୟତର ବୟସ୍କ ଓ ବୟସ୍କା ଙ୍କ ଦିନ ଟିଏ କାର୍ଯ୍ୟକ୍ରମ ରେ ଦୀର୍ଘ ୧୧ମିଟର (୧୦୦କେଜି) କେକକୁ ଉପସ୍ଥିତ ଅତିଥିମାନେ ବୟସ୍କ ଓ ବୟସ୍କା ମାନଙ୍କ ଦ୍ୱାରା କେକ କାଟି ପରସ୍ପର ମଧ୍ୟରେ ଖୁଆଇ ଥିଲେ । ଏପରି ନିଆରା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବୟସ୍କ ଓ ବୟସ୍କା ମାନେ କେକ ଖାଇବା ସହିତ ପରସ୍ପର ମଧ୍ୟରେ ବିଡ଼ିଆ ପାନ ମଧ୍ୟ ଖୁଆଇ ଖୁସି ମନାଇ ଥିଲେ । ଏପରି ନିଆରା କାର୍ଯ୍ୟକ୍ରମ ଦ୍ୱାରା ଶହ ଶହ ବୟସ୍କ ଓ ବୟସ୍କାଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଏ ହେଉଛି ଗୋଟିଏ ଛୋଟିଆ ପ୍ରୟାସ ବୋଲି ଆୟୋଜନ କରିଥିବା ମାଥିଲି ପଞ୍ଚାୟତ ସରପଞ୍ଚ କାନାମରାଜୁ ନାୟକ କହିଛନ୍ତି ।