ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ମାଲକାନଗିରି : ମାଲକାନଗିରି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବିରଲକ୍ଷ୍ମଣପୁର କ୍ଲଷ୍ଟରରେ ଗୁଡୁମପଦର ଉନ୍ନୀତ ଉଚ୍ଚ ବିଦ୍ୟାଳରେ ସିନ୍ଧିଭଟ୍ଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ ସାହୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କ୍ଲଷ୍ଟର ସିଆରଶସିସି ରଂଜନ ମଣ୍ଡଳଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ଧର, ସମ୍ମାନନୀତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶ୍ୱିନୀ ମାଝୀ, ପଞ୍ଚାୟତ ସରପଞ୍ଚ ନୀଳକଣ୍ଠ ଝୋଲା, ରାଜ୍ୟ ସଂଘ ଉପସଭାପତି ରଂଜିତ ନାୟକ ଯୋଗ ଦେଇଥିଲେ । ସେହିପରି ବିଆରସିସି ଗୌରାଙ୍ଗ ସାଜନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଅତିଥିଙ୍କ ଦ୍ୱାରା ଉପଢୌକନ ପ୍ରଦାନ କରି ତାଙ୍କ ଅବସର ଜୀବନ ସୁଖ ସମୃଦ୍ଧିରେ କଟିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସହକାରୀ ଶିକ୍ଷକ ମନୋରଞ୍ଜନ ବେହେରା ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ କବିତା ବୁରୁଦା, ଶିକ୍ଷକ ସୁବାଷ ସାହୁ, ଅନିଲ ବେହେରା, ମାମି ମହାରଣା, ତାରିଣୀ ପୂଜାରୀ, ବୀଣାପାଣି ନାୟକ, ମିହିର ବିଶ୍ୱାସ, ଶ୍ୟାମ ହନ୍ତାଳ ପ୍ରମୁଖଙ୍କ ସହ ଅନ୍ୟମାନେ ସହଯୋଗ କରିଥିଲେ ।