ପ୍ରକଳ୍ପ ଉଦ୍ଘାଟନ କଲେ ନରସିଂହ

 ବଲାଙ୍ଗିର : ବଲାଙ୍ଗିର ସଦର ବ୍ଲକ ସ୍ଥିତ ମନହୀରା ପଞ୍ଚାୟତର ମନହିରା ଓ ବଘାପାଲି ଗାଁ ରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକର ଉଦ୍ଘାଟନ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ କର କମଳରେ ଅନୁଷ୍ଠିତ ହୋଇଯାଇଛି । ମନହୀରା ସରପଞ୍ଚ ରମ୍ଭା ରଣାଙ୍କ ପୋ÷÷ରହିତ୍ୟରେ ଅନୁଷ୍ଠିତ ଏହି ଉଦ୍ଘାଟନ ଉସôବ ପରବର୍ତ୍ତେି ସଭାରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଥିଲେ ଲୋକଙ୍କ ଭିତରେ ଏକତା ଥିଲେ କୋ÷÷ଣସି ବିକାଶମୂଳକ କାମକୁ କେହି ଅଟକାଇ ପାରିବେ ନାହିଁ । ଅଞ୍ଚଳର ବିକାଶ ପାଇଁ ଯାହା କିଛି ବି ଦରକାର ଥିଲା ସେ ସବୁକୁ ପୁରା କରାଯାଇଛି । ଆଗାମୀ ଦିନରେ ସେ କ୍ଷମତାରେ ଥାଆନ୍ତି ବା ନଥାନ୍ତି ଲୋକଙ୍କ ଯାହା କିଛି ବି ଦାବି ସେ ସବୁକୁ ସଠିକ୍ ମଞ୍ଚରେ ଉପସ୍ଥାପନ କରି ସେ ନିଶ୍ଚିତ ଭାବରେ ସେ ସବୁର ପୁରଣ କରିବା ପାଇଁ ଚେଷ୍ଟା କରିବେ । ମନହିରା ଠାରେ ଯୁବକମାନଙ୍କ ପାଇଁ ଏକ କ୍ଲବ ଘର, ମହିଳା ସ୍ୱୟଂ ସହାୟିକ ଗୋଷ୍ଠି ପାଇଁ କମ୍ୟୁନିଟି ହଲ୍ ଏବଂ ଟେରାକୋଟା ଭବନର ଉଦ୍ଘାଟନ କରାଯାଇଛି । ଠିକ୍ ସେହିପରି ଏହି ଗାଁକୁ ପାଇପ୍ ଯୋଗେ ଘରକୁ ଘର ପିଇବା ପାଣିି ଦେବା ପାଇଁ ୩ ବର୍ଷ ପୂର୍ବେ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ସେତେବେଳେ ଏହା ଭିତ୍ତିପ୍ରସ୍ତର ଦିଆଯାଇଥିଲା । ଆଜି ତାହା ପୂର୍ଣ୍ଣାଙ୍ଗ ହୋଇ ଲୋକଙ୍କ ଉଦେ୍ଦଶ୍ୟରେ ପିଇବା ପାଣି ପ୍ରକଳ୍ପକୁ ଉସର୍ଗୀକୃତ କରାଗଲା ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚଙ୍କ ବ୍ୟତିତ ସକମା ସମିତି ସଭ୍ୟ ସଂଜିବ ପ୍ରଧାନ, ଲକ୍ଷ୍ମୀନାରାୟଣ ନାଏକ, ସରୋଜ ପ୍ରଧାନ, ଚନ୍ଦ୍ରମଣି ରଣା, ରଘୁରାଜ ରଣା, ରବିନ୍ଦ୍ର ଭୋଇ, ଲୋକେଶ୍ୱର ଭୋଇ, ସ୍ୱୟଂ ସହାୟକ ଗୋଷ୍ଠି ସୁବୁନି ସାହୁ, ପ୍ରାଣବନ୍ଧୁ ମିଶ୍ର, ହରିଶ୍ଚନ୍ଦ୍ର ମିଶ୍ରଙ୍କ ସମେତ ସହସ୍ରାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।