ମହଙ୍ଗା ପଡିଲା ନକ୍ସଲ ସଂପୃକ୍ତି : ଶିକ୍ଷକ ଗିରଫ

ମହଙ୍ଗା ପଡିଲା ନକ୍ସଲ ସଂପୃକ୍ତି : ଶିକ୍ଷକ ଗିରଫ

 ମହଙ୍ଗା ପଡିଲା ନକ୍ସଲ ସଂପୃକ୍ତି । ଗଜପତି ଜିଲ୍ଲା ଅଡବା ଥାନା ନୂଆ ଖଜୁରୀପଦା ସରକାରୀ ବିଦ୍ୟାଳୟ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଶିକ୍ଷକ ହେଲେ ପ୍ରତାପ କୁମାର ନାୟକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ସେ ଗତ କିଛି ବର୍ଷ ହେଲା ଏହି ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ଅଡ଼ବା ଥାନା ଅଧିକାରୀଙ୍କ ସୂଚନାରେ ପ୍ରତାପ ପୂର୍ବରୁ ନକ୍ସଲ ସଂଗଠନରେ ସାମିଲ ଥିଲେ । ସେତେବେଳେ ବିଭିନ୍ନ ସ୍ଥାନରେ ହୋଇଥିବା ନକ୍ସଲ ହିଂସାକାଣ୍ଡରେ ସାମିଲ ଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା । ୨୦୧୧ ମସିହାରେ ତାଙ୍କ ନାମରେ ନକ୍ସଲ ହିଂସାକାଣ୍ଡ ନେଇ ଅଡ଼ବା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲା ଆଧାରରେ ପ୍ରତାପଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି । ସେହିପରି ଅଡବା, ମୋହନା, ଆର୍‌.ଉଦୟଗିରି ଥାନା ଅଞ୍ଚଳରେ ଆହୁରି ଅନେକ ଶିକ୍ଷକଙ୍କ ନାଁରେ ନକ୍ସଲ ସଂପୃକ୍ତି ଓ ଗଞ୍ଜେଇ ଚାଲାଣର ମାମଲା ରହିଛି । ସେମାନଙ୍କୁ ତୁରନ୍ତ ଥାନାରେ ଆତ୍ମସମର୍ପଣ କରିବାକୁ କୁହାଯାଇଛି । ଏହାସହ ବ୍ଲକ ଶିକ୍ଷାଧିକାରୀଙ୍କୁ ପୋଲିସ ପକ୍ଷରୁ ଏକ ଚିଠି କରାଯାଇଛି । ଯଦି ସେମାନେ ଆତ୍ମସମର୍ପଣ ନକରନ୍ତି, ତେବେ ସେମାନେ ଯେଉଁଠି ଥିଲେ ବି ତାଙ୍କୁ ଗିରଫ କରାଯିବ ବୋଲି ଗଜପତି ଏସ୍‌ପି ସୂଚନା ଦେଇଛନ୍ତି ।