ଗଞ୍ଜେଇ ଜବତ, ଦୋକାନୀ ଗିରଫ
ବାଣପୁର: ବାଣପୁର ପୋଲିସ ଶୁକ୍ରବାର ଦିନ ତହସିଲ ରୋଡ଼ରେ ଥିବା ଏକ ପାନ ଦୋକାନ ଉପରେ ଚଢାଉ କରି ଅପରାଧିକ ଚାଷ ହୋଇଥିବା କେ ୨. ୪୩୦ଗ୍ରାମ ଗଂଜେଇ ଓ ଗଂଜେଇ ଭର୍ତି ହୋଇଥବା ସିଗାରେଟ ଜବତ କରିବା ସହ ଭୀମପୁର ଗ୍ରାମର ସନ୍ତୋଷ ଓରଫ କେଶବ ପରିଡା (୩୮)ପିତା ଶ୍ରୀବସô ପରିଡାକୁ ଗିରଫ କରିଛି । କାର୍ଯ୍ୟ ପାଳିକା ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କ ଉପସ୍ଥିତିରେ ତଲାସି ହୋଇଥବା ବେଳେ ଜବତ ମାଲ ରାସାୟନିକ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ବାଣପୁର ଥାନା ପକ୍ଷରୁ ଅବୈଧ ମାଦକ ଦ୍ରବ୍ୟ ବ୍ୟବସାୟ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଣପୁର ପୋଲିସି ପକ୍ଷରୁ ପ୍ରକାଶ ।