ବ୍ରାଉନସୁଗାର ଜବତ, ୧ ଗିରଫ 

 ଧାମନଗର:  ଧାମନଗର ଥାନା ଅଞ୍ଚଳରେ କିଛିଦିନ ହେବ ବ୍ୟାପକ ଚୋରି, ଚୋରା ମଦ କାରବାର ଓ ବ୍ରାଉନ ସୁଗାର ଭଳୀ ନିଶା କାରବାର ବଡ଼ି ଚାଲଛିି । ନୂତନ ଥାନା ଅଧିକାରି ରଞ୍ଜନ ସେଠୀ କାର୍ଯ୍ୟରେ ଯୋଗଦାନ ପରେ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି । ଧାମନଗରରେ ଆନନ୍ଦପୁର, କଲ୍ୟାଣୀ, ଖଡ଼ିପଦା, ଧାମନଗର, ଗୋବିନ୍ଦପୁର ଅଞ୍ଚଳରେ ଚୋରା ମଦ ଓ ବ୍ରାଉନୁସୁଗାର କାରବାର ହେଉଥିବାର ପୁଲିସ ପାଖରେ ସୂଚନାଥିଲା । ସୁଚନା ଅନୁଯାଇ ଆଜି ଧାମନଗର ପୁଲିସ ଜଣଙ୍କୁ ଧରିବାରେ ସଫଳ ହୋଇଛି । ପ୍ରକାଶ ଥାଉକି ଧାମନଗର ଥାନାର ହବିବନଗର ଗ୍ରାମର ସେକ ସୋଫିଅନଙ୍କ ପୁଅ ସେକ ମହମ୍ମଦ ହୁସେନ ଓଡ଼ି୦୪ସି୩୯୩୨ ନମ୍ୱର୍ ଥିବା ଏକ ବାଇକରେ ଆସୁଥିବା ବେଳେ ଧାମନଗର ଥାନା ଅଧିକାରି ରଞ୍ଜନ ସେଠୀଙ୍କ ନିଦେ୍ର୍ଧଶ କ୍ରମେ ଥାନାର ଏସଆଇ ରାଜେଶ ସେଠୀ, ରଶ୍ମିତା ମଲିକ ଓ ଅନ୍ୟ କର୍ମଚାରି ମାନେ ଭଗବାନପୁର ନିକଟସ୍ତ ପଦ୍ମପୋଖରୀ ଛକ ନିକଟରୁ ଆସୁଥିବା ସେକ ମହମ୍ମଦ ହୋସେନ୍ କୁ କାବୁ କରିଥିଲେ । ତା ନିକଟରୁ ୧୨ ଗ୍ରାମ ର ବ୍ରାଉନୁସୁଗାର ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ହେବ ପୁଲିସ ଜବତ କରିବା ସହ ଏକ ମୋବାଇଲ୍, ଗୋଟିଏ ବାଇକି ଓ ୧୨ ସହ ଟଙ୍କା ଜବତ କରିବା ସହ ସଂପୃକ୍ତ ଅଭିଯୁକ୍ତ ଙ୍କ ବିରୋଧରେ କେଶ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରା ଯାଇଛି  ।